ନୂଆପଡ଼ା ସୀମାନ୍ତ କୁଲାରିଘାଟ ଜଙ୍ଗଲରେ ମାଓବାଦୀଙ୍କ ସହ ସୁରକ୍ଷାକର୍ମୀଙ୍କ ଗୁଳିବିନିମୟ ଜାରି
1 min readନୂଆପଡ଼ା: ନୂଆପଡ଼ା ସୀମାନ୍ତ ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା କୁଲାରିଘାଟ ଜଙ୍ଗଲରେ ଏବେ ବି ଚାଲିଛି ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ୍। ସୀମାରେ ଓଡ଼ିଶା ଏସଓଜି ସମେତ ଛତିଶଗଡ଼ ସିଆରପିଏଫ୍, କୋବ୍ରା ଏବଂ ଇ-୩୦ ଯବାନ ଅପରେସନ କରୁଛନ୍ତି। ଗତକାଲି ରାତିରେ ମଧ୍ୟ ଅନେକ ସମୟରେ ମାଓବାଦୀଙ୍କ ସହ ସୁରକ୍ଷାକର୍ମୀଙ୍କ ଗୁଳିବିନିମୟ ହୋଇଛି। ରାତି ସାରା ଗରିଆବନ୍ଧ ଡିଆଇଜି ଓ ସିଆରପିଏଫ୍ କୋବରା ଯବାନ ଉପସ୍ଥିତ ଥିଲେ।
ସକାଳୁ କୁଲାରିଘାଟ ଅଞ୍ଚଳର ଭାଲୁଡିଗି ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଗରିଆବନ୍ଧ ଏସ୍ପି ନିଖିଲ ରାଖେଚା ଏହାର ତଦାରଖ କରୁଛନ୍ତି। ପୂର୍ବରୁ ଏନ୍କାଉଣ୍ଟରରେ ୧୪ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏମାନଙ୍କ ଭିତରେ ୯ଜଣ ପୁରୁଷ ଓ ୫ଜଣ ମହିଳା ମାଓବାଦୀ ଅଛନ୍ତି। ମୃତ ମାଓବାଦୀଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ନୂଆପଡ଼ା ଏସପି କହିଛନ୍ତି ।
ଗୁଇନ୍ଦା ସୂଚନା ଆଧାରରେ ଗତ ୧୯ ତାରିଖରୁ ମିଳିତ ଅପରେସନ୍ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ ।