ସଂସଦର ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ
1 min read
ନୂଆଦିଲ୍ଲୀ : ସଂସଦର ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ସୋମବାରଠାରୁ ଆରମ୍ଭ ହେବ। ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ କାଳରେ ୱାକଫ୍ ସଂଶୋଧନ ବିଧେୟକ ଆଗତ କରାଯିବ। ସେହିପରି ମଣିପୁର ହିଂସା, ଆମେରିକା ପ୍ରଶାସନକୁ ନିୟନ୍ତ୍ରଣ କରିବାରେ ବିଫଳତା, ନକଲି ଭୋଟର ଫଟୋ ପରିଚୟ ପତ୍ର (ଇପିଆଇସି) ଓ ସଂସଦୀୟ କ୍ଷେତ୍ର ସୀମା ପୁନଃନିର୍ଦ୍ଧାରଣ ଭଳି ପ୍ରସଙ୍ଗକୁ ନେଇ ବିରୋଧୀ ଦଳଗୁଡିକ ସରକାରଙ୍କୁ ଘେରିବେ। ଅନ୍ୟପଟେ ମଣିପୁରରେ ଲାଗୁ ହୋଇଥିବା ରାଷ୍ଟ୍ରପତି ଶାସନକୁ ସଂସଦର ଅନୁମୋଦନ ନିମନ୍ତେ ସରକାର ପ୍ରସ୍ତାବ ଆଗତ କରିବେ। ସେହିପରି ମଣିପୁରରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିବାରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ। ଗତ ଫେବୃଆରୀରେ ଏନ୍ ବୀରେନ ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ମଣିପୁରରେ ରାଷ୍ଟ୍ରପତି ଶାସନ ଜାରି କରାଯାଇଥିଲା।