September 8, 2024

ଭୋଜି ଖାଇ ଫେରୁଥିବାବେଳେ ସ୍କର୍ପିଓକୁ ପିଟିଲା ଟ୍ରକ, ୩ ଜଣଙ୍କର ମୃତ୍ୟୁ

1 min read

ସୁନ୍ଦରଗଡ଼: ବାହାରଘର ଭୋଜି ଖାଇ ଫେରୁଥିବାବେଳେ ସଡ଼କ ଦୁର୍ଘଟଣାରେ ଚାଲିଗଲା ୩ ଜଣଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାରେ। କେନ୍ଦୁଝରରୁ ଏକ ବାହାଘରରେ ଯୋଗ ଦେଇ ୭ ଜଣ ସ୍କର୍ପିଓରେ ସୁନ୍ଦରଗଡ଼ ଫେରୁଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ କୋଇଡ଼ା ଥାନା ରେଙ୍ଗାଲବେଢ଼ା ଛକ ନିକଟରେ ସ୍କର୍ପିଓଟିକୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ଦୁଇଜଣ ଶିଶୁପୁତ୍ର ଥିବାବେଳେ ଜଣେ ଯୁବତୀ ରହିଛନ୍ତି। ଏହି ଦୁର୍ଘଟଣାରେ ଅନ୍ୟ ଯାତ୍ରୀମାନେ ଆହତ ହୋଇଛନ୍ତି। କୋଇଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *