September 8, 2024

ଭାରତୀୟ ଷ୍ଟେଟ୍ ବ୍ୟାଙ୍କର କ୍ଷେତ୍ରୀୟ କାର୍ଯ୍ୟାଳୟ ଖୋର୍ଦ୍ଧାରେ ଉଦ୍‌ଘାଟିତ

1 min read

ଭୁବନେଶ୍ୱର,୩/୧(ସ୍ୱ.ପ୍ର) : ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ କ୍ଷେତ୍ରୀୟ ବ୍ୟବସାୟିକ କାର୍ଯ୍ୟାଳୟ ଖୋର୍ଦ୍ଧା ଜେମାଦେଇ ସ୍ଥିତ ମା’ ବରୁଣେଇ ହୋଟେଲ ପ୍ରଥମ ମହଲାକୁ ସ୍ଥାନାନ୍ତରିତ ହୋଇଛି । ବୁଧବାର ଦିନ ଷ୍ଟେଟ୍ ବ୍ୟାଙ୍କ୍ ଭୁବନେଶ୍ୱର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ଦିନେଶ ପରୁଥୀ ଏହି କାର୍ଯ୍ୟାଳୟକୁ ନେଟୱର୍କ -୧ ମହାପ୍ରବନ୍ଧକ ପୋନ୍ନମବଲମ ମୁରୂଗନ, ଭୁବନେଶ୍ୱର ଅଞ୍ଚଳର ଉପ-ମହାପ୍ରବନ୍ଧକ ସଞ୍ଜୟ କୁମାର ଝା ଓ କ୍ଷେତ୍ରୀୟ ପ୍ରବନ୍ଧକ ନରେନ୍ଦ୍ର କୁମାର ଜେନାଙ୍କ ଉପସ୍ଥିତିରେ ଉଦ୍ଘାଟନ ହୋଇଥିଲା । ସେବା, ଷ୍ଟେଟ୍ ବ୍ୟାଙ୍କ୍ ଅଧିକାରୀ ଓ କର୍ମଚାରୀ ସଂଗଠନର ନେତୃବୃନ୍ଦ ଓ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

Leave a Reply

Your email address will not be published. Required fields are marked *