September 19, 2024

‘ପ୍ରଜାପତି’ ସାହିତ୍ୟ ଶାଖାର ସାରସ୍ୱତ ସମାବେଶ

1 min read

ବାଲେଶ୍ଵର : ବାଲେଶ୍ଵରର ‘ପ୍ରଜାପତି’ ସାହିତ୍ୟ ଶାଖା ପକ୍ଷରୁ ବର୍ଷ ୨୦୨୪ ପାଇଁ ସମ୍ମାନଜନକ ‘ଅକ୍ଷର କଥାକାର ସମ୍ମାନ’ ଘୋଷଣା କରାଯାଇଛି। ଚଳିତବର୍ଷ ବିଶିଷ୍ଟ କଥାକାର ପ୍ରଦୋଷ ମିଶ୍ରଙ୍କୁ ଏହି ସମ୍ମାନ ମିଳିବ। ସେପ୍ଟେମ୍ବର ୨୯ ତାରିଖରେ ସଂସ୍ଥା ପକ୍ଷରୁ ହେବାକୁ ଥିବା ସାରସ୍ୱତ ସମାବେଶରେ ତାଙ୍କୁ ସମ୍ମାନିତ କରାଯିବ।

‘ପ୍ରଜାପତି’ ସାହିତ୍ୟ ସଂସ୍ଥାର ଚଳିତବର୍ଷର ସାରସ୍ୱତ ସମାବେଶରେ ଓଡ଼ିଆ ସାହିତ୍ୟ ଜଗତର ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବେ। ଏଠାରେ କଥାକାର ପ୍ରଦୋଷ ମିଶ୍ରଙ୍କୁ ପୁରସ୍କାର ସ୍ୱରୂପ ନଗଦ ଅର୍ଥରାଶି, ମାନପତ୍ର ତଥା ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯିବ। ଏନେଇ ‘ପ୍ରଜାପତି’ ସାହିତ୍ୟ ସଂସ୍ଥାର ସଭାପତି କବି ପ୍ରଶାନ୍ତ ଦାସ, ସମ୍ପାଦକ ରାଜେଶ ଗିରି ଓ ସଂଯୋଜକ ବିପ୍ଳବ ଦାସମହାପାତ୍ର ସୂଚନା ଦେଇଛନ୍ତି।

କଥାକାର ପ୍ରଦୋଷ ମିଶ୍ର ନିଜର ଗଳ୍ପ, ଉପନ୍ୟାସ ତଥା ଫିଚର୍ ରଚନା କ୍ଷେତ୍ରରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେ ୧୬ଟି ଗଳ୍ପ ସଂକଳନ ସହିତ ୧୧ଟି ଉପନ୍ୟାସ, ହିନ୍ଦୀ ଓ ଇଂରାଜୀରେ ଅନୂଦିତ ୭ଟି ପୁସ୍ତକ, ଗୋଟିଏ ଭ୍ରମଣ କାହାଣୀର ରଚନା କରିଛନ୍ତି। ନିଜର ସାହିତ୍ୟ ରଚନା ପାଇଁ ସେ ଅନେକ ଅନୁଷ୍ଠାନରୁ ସମ୍ମାନିତ ହୋଇଛନ୍ତି।

ଓଡ଼ିଆ କଥା ସାହିତ୍ୟର ଲେଖକଙ୍କୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ‘ପ୍ରଜାପତି’ ସାହିତ୍ୟ ସଂସ୍ଥା ପକ୍ଷରୁ ‘ଅକ୍ଷର’ ସମ୍ମାନ ପ୍ରଦାନ କରାଯାଉଛି। ୨୦୨୩ରେ ବିଶିଷ୍ଟ କଥାକାର ଆର୍ଯ୍ୟ ଯଜ୍ଞଦତ୍ତଙ୍କୁ ଏହି ସମ୍ମାନ ମିଳିଥିଲା।

Leave a Reply

Your email address will not be published. Required fields are marked *