November 21, 2024

ସମନ୍ଥାଙ୍କୁ ବିପଜ୍ଜନକ ରୋଗ

1 min read

ମୁମ୍ବାଇ: ଅଭିନେତା ବରୁଣ ଧାୱନ ଏବଂ ଅଭିନେତ୍ରୀ ସମନ୍ଥା ରଥପ୍ରଭୁ ସେମାନଙ୍କ ଫିଲ୍ମ ‘ସିଟାଡେଲ ହନି ବନି’ରେ ନଜର ଆସିଛନ୍ତି। ସମନ୍ଥା ଏବଂ ବରୁଣ ଧାୱନ ଏହି ଚଳଚ୍ଚିତ୍ର ବିଷୟରେ ଅନେକ ସମୟରେ ସୋସିଆଲ ମିଡିଆରେ ଆଲୋଚନା କରିଥାନ୍ତି। ଏବେ ବରୁଣ ଧାୱନ ତାଙ୍କ ସହ ଅଭିନେତ୍ରୀ ସମନ୍ଥାଙ୍କ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି।

ବରୁଣ ଧାୱନ କହିଛନ୍ତି ସମନ୍ଥା ମାୟୋସାଇଟିସ୍ ନାମକ ଏକ ବିପଜ୍ଜନକ ରୋଗରେ ପୀଡିତ ଅଛନ୍ତି। ଏହା ସତ୍ତ୍ବେ ସେ ନିରନ୍ତର ପରିଶ୍ରମ କରନ୍ତି। ବରୁଣ କହିଛନ୍ତି ଯେ ଏକ ସୁଟିଂ ସମୟରେ ସେ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ତାଙ୍କ ପାଇଁ ସେଟକୁ ଅମ୍ଳଜାନ ଟ୍ୟାଙ୍କ ମଗାଯାଇଥିଲା।
ବରୁଣ ଧାୱନ ଏକ ବାର୍ତ୍ତାଳାପ ସମୟରେ କହିଥିଲେ ଯେ ସିଟାଡେଲ ସୁଟିଂ ସମୟରେ ସମନ୍ଥା ମନ ଲଗାଇ କାମ କରିଥିଲେ। ବରୁଣ ଧାୱନ କହିଛନ୍ତି ଯେ ସୁଟିଂ ସମୟରେ ତାଙ୍କ ହୃଦୟ କୋହରେ ଭରିଯାଇଥିଲା।
ସେ ହଠାତ୍ ଆଖି ବନ୍ଦ କରି ଦେଇଥିଲେ। ତେବେ ବରୁଣ ତାଙ୍କ ଅବସ୍ଥା ବିଷୟରେ ଅଧିକ କିଛି କହି ନାହାନ୍ତି। ଏହା ପରେ ସମନ୍ଥା ଅମ୍ଳଜାନ ନେଇଥିଲେ । ସୁଟିଂ ସେଟ୍‌ରେ ସମସ୍ତୋ ଭାବୁଥିଲେ ସମନ୍ଥା କିଛି ଦିନ ଛୁଟି ନେବେ‌ କିନ୍ତୁ ସେ ସେପରି କିଛି କରି ନ ଥିଲେ। ପୁଣି କାମ ଜାରି ରଖିଥିଲେ।