ସାବାଡ ହେବେ ଦୁର୍ନୀତି ଖୋର ଯନ୍ତ୍ରୀ
1 min readଭୁବନେଶ୍ୱର : ଖସିଯାଇ ପାରିବେନି ଦୁର୍ନୀତି ଖୋର ଅଫିସର । ଭିଜିଲାନ୍ସ ପରେ, ଏବେ କବାଟ ଠକ ଠକ କରିବ ଇଡି । ଶତାଧିକ ମାଲମାଲ ଅଫିସରଙ୍କ ପଲିଟିକାଲ ଓ ହୋଭିୱେଟ ଲିଙ୍କ ନେଇ ଆରମ୍ଭ ହେବ ଖୋଳତାଡ଼ । ସେନେଇ ପ୍ରାଥମିକ ପର୍ୟାୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ୨୪ ଜଣ କ୍ଲାସ ୱାନ ଅଫିସରଙ୍କ ତାଲିକା ଦେଇଛି ଭିଜିଲାନ୍ସ । ଆଉ ୟନ୍ତ୍ରୀଙ୍କୁ ଖୁବଶୀଘ୍ର ଅଫିସକୁ ଡାକି ଝାଳବୁହା ଜେରା କରିବ ଇଡି ।
ଭିଜିଲାନ୍ସ ପରେ ଘାଣ୍ଟିବ ଇଡି । ଖୋଲିବ ଦୁର୍ନୀତିଖୋର ଅଫିସରଙ୍କ ପାପର ପେଡ଼ି । ଖୁବଶୀଘ୍ର ଭିଜିଲାନ୍ସ ଜାଲରେ ପଡ଼ିଥିବା ଅଧିକାରୀଙ୍କୁ ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କିଏ କେଉଁଠି କେତେ ପୋତା ଧନ ରଖିଛନ୍ତି ତାର ରହସ୍ୟ ଖୋଳି ବାହାର କରାଯିବ । ୪ ମାସ ମଧ୍ୟରେ ଭିଜିଲାନ୍ସ ଜାଲରେ ପଡ଼ିଥିବା ସମସ୍ତ ବାବୁଙ୍କ ତଥ୍ୟ ଇଡିକୁ ଦେଇଛି ରାଜ୍ୟ ଭିଜିଲାନ୍ସ । ଏମାନଙ୍କ ଭିତରେ ଅଛନ୍ତି ୨୪ ଜଣ କ୍ଲାସ ୱାନ୍ ଅଫିସର ।
ମୋଟ ୧ କୋଟି ୬୦ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ ହୋଇଥିଲାକେତେବେଳେ ଇଡି କାହା କବାଟ ଠକ ଠକ କରିବା ତାହା କହିବା ମୁସକିଲ । ଏପରିକି ପ୍ରସ୍ତୁତ ହୋଇ ରହିଥିବା ଯନ୍ତ୍ରୀଙ୍କ ତାଲିକାରୁ ପାଳି ପାଳି ହୋଇ ପ୍ରବର୍ତନ ନିର୍ଦ୍ଦେଶାଳୟ କାର୍ୟାଳୟରେ ହାଜିର ହେବେ । କିଏ କେମିତି କେଉଁ ଉପାୟରେ କେବେଠାରୁ ଟଙ୍କା ଆତ୍ମସାତ କରି ମାଲାମାଲ ହୋଇଛନ୍ତି ତାର ହିସାବ ମାଗିବ ଇଡି । ଦୁର୍ନୀତି ପାହାଡରେ ଛିଡ଼ା ହୋଇଥିବା ଅଫିସର ମାନେ ଭିଜିଲାନ୍ସ ଜାଲରୁ ଖସିଯିବାକୁ ଯୋଜନା ଚଳାଇଥିବା ବେଳେ, ବାଜିବ ଇଡିର ଛାଟ । ସେନେଇ ତାଲିକା ପ୍ରସ୍ତୁତ କରିଛି ଭିଜିଲାନ୍ସ ।
ରାଜ୍ୟରେ ବଢ଼ି ଚାଲିଥିବା ଦୁର୍ନୀତିକୁ ମୁଳପୋଛ କରିବା ସହ ଦୁର୍ନୀତିର ପାହାଡ ଉପରେ ଛିଡା ହୋଇଥିବା ଅଧିକାରୀଙ୍କୁ କାଠଗଡାକୁ ଘୋଷାଡିବାକୁ ଯୋଜନା କରିଛନ୍ତି ସରକାର । ଅଫିସରଙ୍କ ସହ ସଂପୃକ୍ତ ଥିବା ରାଜନେତା ଓ ହେଭିୱେଟଙ୍କ ଲିଙ୍କ ଖୋଜିବା ପାଇଁ ଇଡିକୁ ଫାଇଲ ଦିଆଯାଇଥିବା ଚର୍ଚା ଜୋର ଧରିଛି ।