September 8, 2024

ଆୟକର ନିୟମରେ ପରିବର୍ତ୍ତନ ଗୁଜବ: ନିର୍ମଳା ସୀତାରମଣ

1 min read

ନୂଆଦିଲ୍ଲୀ: ଆୟକର ନିୟମରେ ପରିବର୍ତ୍ତନ ଖବରକୁ ଗୁଜବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଶୁକ୍ରବାର ସେନସେକ୍ସରେ ବଡ଼ ଧରଣର ହ୍ରାସର ଅନ୍ୟତମ କାରଣ ଏହି ରିପୋର୍ଟ ବୋଲି କୁହାଯାଉଛି। ରିପୋର୍ଟରେ ଦାବି କରାଯାଇଛି ଯେ ଲୋକସଭା ନିର୍ବାଚନ ପରେ ନୂଆ ସରକାର ଦାୟିତ୍ୱ ନେବା ମାତ୍ରେ ଟିକସ ହ୍ରାସ, ଜରିମାନା ବ୍ୟବସ୍ଥା ଏବଂ ସମସ୍ତ ସମ୍ପତ୍ତି ଉପରେ ଏକ ସମାନ ଟିକସ ଉପରେ ମୋରାଟୋରିୟମ ଲାଗୁ କରିପାରନ୍ତି। ବର୍ତ୍ତମାନ ସମ୍ପତ୍ତି ଉପରେ ଭିନ୍ନ ଭିନ୍ନ ଟିକସ ଲାଗୁ କରିବାର ବ୍ୟବସ୍ଥା ରହିଛି।

ନିର୍ମଳା ସୀତାରମଣ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ନ୍ୟୁଜ୍ ଚ୍ୟାନେଲ ରିପୋର୍ଟରେ ଲେଖିଛନ୍ତି ଯେ ମୁଁ ଆଶ୍ଚର୍ଯ୍ୟ ଯେ ଏସବୁ କଥା କେଉଁଠାରୁ ଆସୁଛି । ସେମାନଙ୍କୁ କାହିଁକି ଯାଞ୍ଚ କରାଯାଉନାହିଁ? ଏହା ଏକ ଗୁଜବ ଛଡ଼ା ଆଉ କିଛି ନୁହେଁ। ସଂପୃକ୍ତ ଚ୍ୟାନେଲ ଦାବି କରିଥିଲା ଯେ ଆୟକର ବିଭାଗ ନୂଆ ନିୟମ ଆଣିବାକୁ ପ୍ରସ୍ତୁତ ହେଉଛି। ବର୍ତ୍ତମାନ ୧ ଲକ୍ଷ ଟଙ୍କାରୁ ଅଧିକ ସେୟାର ଏବଂ ଇକ୍ୱିଟି ଭିତ୍ତିକ ମ୍ୟୁଚୁଆଲ ଫଣ୍ଡରୁ ଦୀର୍ଘମିଆଦୀ କ୍ୟାପିଟାଲ ଗେନ୍ (ଏଲଟିସିଜି) ଉପରେ ୧୦ ପ୍ରତିଶତ ହାରରେ ଟିକସ ଲାଗୁ କରାଯାଇଛି। ଅପରପକ୍ଷରେ ଏଫଡିରୁ ଆୟ ସମ୍ପୂର୍ଣ୍ଣ ଭାବେ ଟିକସ ଅଧୀନରେ ଆସିଥାଏ।

Leave a Reply

Your email address will not be published. Required fields are marked *