September 16, 2024

ଟେଷ୍ଟ ମ୍ୟାଚରୁ ଅବସର ନେବେ ରୋହିତ

1 min read

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଗତ ମାସରେ ଟି-୨୦ ବିଶ୍ୱକପ ୨୦୨୪ ଟାଇଟଲ ଜିତିଥିଲା। ୨୯ଜୁନରେ ଖେଳାଯାଇଥିବା ଅନ୍ତିମ ମ୍ୟାଚରେ ଭାରତ, ଦକ୍ଷିଣ ଆଫ୍ରିକାକୁ ୭ରନରେ ପରାସ୍ତ କରିଥିଲା | ଏହି ବିଜୟ ସହିତ ଭାରତୀୟ ଦଳ ଦ୍ୱିତୀୟ ଥର ପାଇଁ ଟି -୨୦ ବିଶ୍ୱକପ ଜିତିବାର ସୌଭାଗ୍ୟ ଅର୍ଜନ କରିଥିଲା। ଏହାପୂର୍ବରୁ, ଭାରତ ୨୦୦୭ରେ ମଧ୍ୟ ଏହି ଟାଇଟଲ୍ ଜିତିଥିଲେ | ତେବେ ଟି -୨୦ ବିଶ୍ୱକପ ଜିତିବା ପରେ ପରେ ଅଧିନାୟକ ରୋହିତ ଶର୍ମା ଟି -୨୦ କ୍ରିକେଟରୁ ଅବସର ଘୋଷଣା କରିଥିଲେ | ଏହା ପରେ ଚର୍ଚ୍ଚା ହେଉଥିଲା ଯେ, ଟି-୨୦ ପରେ ରୋହିତ ଉଭୟ ଟେଷ୍ଟ ଓ ଦିନିକିଆ ମ୍ୟାଚରୁ ଅବସର ନେବେ | ଏବେ ଏହି ଚର୍ଚ୍ଚା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ରୋହିତ |
ରବିବାର ଦିନ ଡଲାସରେ ଆୟୋଜିତ ଏକ ଇଭେଣ୍ଟ ସମୟରେ ରୋହିତଙ୍କୁ ଟେଷ୍ଟ ଓ ଦିନିକିଆ ମ୍ୟାଚରୁ ଅବସର ନେବା ସମ୍ପର୍କରେ ପ୍ରଶ୍ନ ପଚରାଯାଇଥିଲା। ଉତ୍ତରରେ ସେ କହିଥିଲେ, ମୁଁ ଏଭଳି ଜଣେ ବ୍ୟକ୍ତି ନୁହେଁ ଯିଏ ଭବିଷ୍ୟତ କଥା ବେଶୀ ଭାବେ | ମୋର ଏବେ ବହୁତ କିଛି କରିବାର ବାକି ଅଛି। ଆପଣମାନେ ମୋତେ ଆହୁରି କିଛି ଦିନ ଖେଳୁଥିବାର ଦେଖିବେ | ରୋହିତଙ୍କ ଏଭଳି ବୟାନ ପରେ ସେ ଅବସର ନେବା ଚର୍ଚ୍ଚାର ଏବେ ଅବସାନ ଘଟିଛି |

Leave a Reply

Your email address will not be published. Required fields are marked *