September 20, 2024

ରୋହିତ ଶର୍ମା ଭାରତୀୟ ଦଳର ଅଧିନାୟକ

1 min read

ନୂଆଦିଲ୍ଲୀ : ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଏବଂ ଟି -୨୦ ବିଶ୍ୱକପର ବିଜୟ ଉତ୍ସବ ପାଳନ କରିବାକୁ ନେଇ ବିସିସିଆଇ ସଚିବ ଜୟ ଶାହା ଏକ ବଡ଼ ଘୋଷଣା କରିଛନ୍ତି। ଜୟ ଶାହା କହିଛନ୍ତି ଯେ ବର୍ତ୍ତମାନର ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିସି) ୨୦୨୩-୨୫ ଚକ୍ର ତଥା ୨୦୨୫ରେ ଆୟୋଜିତ ହେବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି ପାଇଁ ରୋହିତ ଶର୍ମା ଭାରତୀୟ ଦଳର ଅଧିନାୟକ ଭାବରେ ନିଯୁକ୍ତ ହୋଇଛନ୍ତି।
ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ସଚିବ ରୋହିତ ଶର୍ମାଙ୍କୁ ବର୍ତ୍ତମାନର ଡବ୍ଲ୍ୟୁଟିସି ୨୦୨୩-୨୫ ଚକ୍ର ତଥା ୨୦୨୫ରେ ଆୟୋଜିତ ହେବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି ପାଇଁ ଦଳର ଅଧିନାୟକ ଭାବରେ ନିଯୁକ୍ତ କରିଛନ୍ତି। ରବିବାର ସୋସିଆଲ ମିଡିଆରେ ଶେୟାର ହୋଇଥିବା ଏକ ଭିଡିଓରେ ଶାହା କହିଛନ୍ତି, ‘ମୋର ବିଶ୍ୱାସ ଅଛି ଯେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଆମେ ଡବ୍ଲ୍ୟୁଟଓଇ ଫାଇନାଲ ଏବଂ ଚାମ୍ପିଅନ୍ସ ଟ୍ରଫି ଜିତିବୁ।’
ସୂଚନାଯୋଗ୍ୟଏ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ୧୭ବର୍ଷ ପରେ ଟି -୨୦ ବିଶ୍ୱକପ ଟାଇଟଲ ଜିତିଛି। ଏଥି ସହିତ, ରୋହିତଙ୍କ ଅଧିନାୟକତ୍ୱରେ ଭାରତ ୧୧ ବର୍ଷ ପରେ ଆଇସିସି ଟ୍ରଫି ଜିତିବାର ଆଶାକୁ ସମାପ୍ତ କରିଛି। ୨୦୨୨୧ରେ ବିରାଟ କୋହଲି ଅଧିନାୟକ ପଦରୁ ଇସ୍ତଫା ଦେବା ପରେ ସେ ଅଧିନାୟକତ୍ୱ ଗ୍ରହଣ କରିଥିଲେ। ୨୦୨୨ରେ ଭାରତ ଏସିଆ କପ ଏବଂ ଟି -୨୦ ବିଶ୍ୱର ସେମିଫାଇନାଲରେ ହାରିଗଲା। ତେବେ, ୨୦୨୩ ର ଏସିଆ କପ ଜିତିଥିଲେ।

Leave a Reply

Your email address will not be published. Required fields are marked *