April 20, 2025

ମଣିଷଙ୍କ ସହ ଦୌଡ଼ିଲେ ରୋବୋଟ୍‌

1 min read

ଏହା ସମସ୍ତେ ଜାଣନ୍ତି ଯେ, ପ୍ରଯୁକ୍ତିବିଦ୍ୟା ଦୌଡ଼ରେ ଚୀନ୍ ବିଶ୍ୱରେ କେତେ ଆଗରେ। ନିକଟରେ ଏହାର ଏକ ଚମତ୍କାର ଉଦାହରଣ ଦେଖିବାକୁ ମିଳିଛି ବେଜିଂରେ। ବିଶ୍ୱର ପ୍ରଥମ ହ୍ୟୁମାନୋଇଡ୍‌ ରୋବୋଟ୍(ମଣିଷ ଆକୃତିର ବା ମଣିଷ ଗୁଣ ସମ୍ପନ୍ନ) ମାରାଥନ୍ ଆୟୋଜନ କରିଛି ବେଜିଂ।

ଏହି ନିଆରା ମାରାଥନରେ ରୋବୋଟ୍‌ମାନେ ମଣିଷଙ୍କ ସହିତ ମିଶି ୨୧ କିଲୋମିଟର ଦୌଡ଼ିଛନ୍ତି। କୁହାଯାଉଛି ଯେ, ଏହି ଐତିହାସିକ ଦୌଡ଼ ବେଜିଂର ଇକୋନୋମିକ୍‌-ଟେକ୍ନୋଲୋଜିକାଲ ଜୋନ୍‌ରେ ହୋଇଥିଲା, ଯେଉଁଥିରେ ରୋବୋଟମାନେ ଅଙ୍କାବଙ୍କା ତଥା ବୁଲାଣି ଥିବା ଟ୍ରାକରେ ଦୌଡ଼ି ଏଆଇ ଓ ଇଞ୍ଜିନିୟରିଂର ପ୍ରକୃତ ଶକ୍ତି ଦେଖାଇଥିଲେ।

ରୋବୋଟ୍‌ ଓ ମଣିଷଙ୍କ ଐତିହାସିକ ଦୌଡ଼:

ବେଜିଂର ୟିଜୁଆଙ୍ଗରେ ଅନୁଷ୍ଠିତ ହାଫ୍‌ ମାରାଥନରେ ପ୍ରଥମ ଥର ପାଇଁ ୨୧ ହ୍ୟୁମାନୋଇଡ୍‌ ରୋବୋଟ୍‌ ହଜାର ହଜାର ମାନବ ଧାବକଙ୍କ ସହିତ ୨୧.୧ କିମି ଦୌଡ଼ିଛନ୍ତି। ଏଥିରେ ଚୀନ୍‌ କମ୍ପାନୀ DroidVP, Noetix Robotics ଓ Beijing Innovation Center of Human Robotics ଦ୍ଵାରା ବିକଶିତ ରୋବୋଟ୍ ଅଂଶଗ୍ରହଣ କରିଥିଲେ।