December 3, 2024

ନୂତନ ଛାତ୍ରୀଙ୍କୁ ସ୍ଵାଗତ ଜଣାଉଛି ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ

1 min read

ଭୁବନେଶ୍ୱର : ସିଡି ଚଢି ଛାତକୁ ଗଲା ପରେ ପୁରା ଆକାଶ ତମକୁ ଅପେକ୍ଷା କରିଛି । ଜୀବନରେ ଅନେକ ଅସୁବିଧା ସୁବିଧାକୁ ସାମ୍ନା କରିବାପରେ ମୁକ୍ତ ଆକାଶ ତମକୁ ଅପେକ୍ଷା କରିଥାଏ ଉଡ଼ିବା ନିମନ୍ତେ, ତେଣୁ ସୋପାନ ଅତିକ୍ରମ କରିବା କୁ ପଡ଼ିବ ଉଡ଼ିବା ପାଇଁ ବୋଲି ପ୍ରକାଶ କରିଛନ୍ତି ମୁଖ୍ୟ ଅତିଥି ପ୍ରଫେସର୍ ମଧୁମିତା ଦାସ। ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟରେ ଶୁକ୍ରବାର ଦିନ ନୂତନ ସ୍ନାତକ ଶିକ୍ଷା ବର୍ଷର ଛାତ୍ରୀମାନଙ୍କ ନିମନ୍ତେ DSW ଟିମ୍ ଦ୍ଵାରା ସ୍ଵାଗତ ସମ୍ବର୍ଦ୍ଧନାର ଉତ୍ସବ ଅନୁଷ୍ଠିତ କରାଯାଇଛି। କୁଳପତି ପ୍ରଫେସର ଅପରାଜିତା ଚୌଧୁରୀଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ସେ ଭବିଷ୍ୟତ ଗଢ଼ିବା ନିମନ୍ତେ ଆବଶ୍ୟକ ବର୍ତ୍ତମାନର a-b-c-d (attitude) (behaviour ) (confidence)(determination)ବାଖ୍ୟା କରିଥିଲେ । ଏଥି ସହ କଠିନ ପରିଶ୍ରମ ,ଆତ୍ମବିଶ୍ବାସ ନିଜର ପ୍ରକୃତି,ବ୍ୟବହାର କିପରି ନିଜ କର୍ମ ଏବଂ ଜୀବନରେ ପ୍ରଭାବ ପକାଇଥାଏ ତାହା ଆଲୋଚନା କରିଥିଲେ। ଡିଗ୍ରୀ ହାସଲ କରିବା ସହିତ ଜୀବନରେ ଲକ୍ଷ୍ୟ ରହିବା ନିହାତି ଜରୁରୀ ଏବଂ ଏହାର ଆବଶ୍ୟକତା ଉପାଦେୟତା ସମ୍ପର୍କରେ ଅବଗତ କରାଇଥିଲେ ସ୍ନାକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଚଣ୍ଡୀ ଚରଣ ରଥ। ଏହି ଅବସରରେ ବିଶ୍ଵବିଦ୍ୟାଳୟର ସମସ୍ତ ପ୍ରକାରର ସୁବିଧା ତଥା NCC yrc, nss, e learning mental wellness center, campus placement system, scholarship sysmtem ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ସମ୍ପର୍କରେ ନୂତନ ଶିକ୍ଷାର୍ଥୀଙ୍କୁ ଅବଗତ କରାଯାଇଥିଲା। ବିଶ୍ୱବିଦ୍ୟାଳୟର ପ୍ରଫେସର ମଧୁସମିତା ପତି, ଡ.ମମତା ମହାନ୍ତି,ପ୍ରଫେସର ଜ୍ୟୋତିର୍ମୟୀ ଆଚାର୍ଯ୍ୟ, ଡ଼ .ନବନିତ୍ କୌର ,ଡ଼ .ବିମଲା ପାତ୍ର, ଡ. ସାୟନ୍ତିନୀ ବେହୁରା, ଡ.ସୁଶାନ୍ତ କୁମାର ପଟ୍ଟନାୟକ,ଡକ୍ଟର ପୂର୍ଣ୍ଣ ଚନ୍ଦ୍ର ସେଠୀ, ନରସିଂହ ମାଝୀ , ଆହାନା ମନ୍ସାଇ, ଡ଼ ଅଶୋକ ଦିଗଲ ପ୍ରମୁଖ ଉପସ୍ଥିତ ରହି ନୂତନ ଛାତ୍ରୀଙ୍କୁ ଉତ୍ସାହିତ ଓ ପ୍ରେରିତ କରିଥିଲେ। ଏଥି ସହ ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ସଭାରେ ସମସ୍ତ ବିଭାଗର ଶିକ୍ଷାବିତ୍ ଏବଂ ଶିକ୍ଷାର୍ଥୀ ଯୋଦଦେଇଥିଲେ। ଡକ୍ଟର ଶିଖା ସିଂ ସ୍ଵାଗତ ସମ୍ବର୍ଦ୍ଧନା ଏବଂ ଅଧ୍ୟାପକ ପଙ୍କଜ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *