April 19, 2025

୧୬ ହଜାର ୫୯ଟି ପଦବୀ ସୃଷ୍ଟି କଲା ଗୃହ ବିଭାଗ

1 min read

ଭୁବନେଶ୍ୱର : ମୁଖ୍ୟତଃ ଆଇନ ଶୃଙ୍ଖଳା ବଜାୟ ରଖିବା, ଅପରାଧ ରୋକିବା ଏବଂ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ପୁଲିସ ବହୁମୁଖୀ ଭୂମିକା ନିର୍ବାହ କରିଥାଏ। ଏଥିରେ ଅପରାଧର ତଦନ୍ତ, ଅପରାଧୀଙ୍କୁ ଧରିବା ଏବଂ ଆଇନ ଶୃଙ୍ଖଳାକୁ ବଜାୟ ରଖିବା ଅନ୍ତର୍ଭୁକ୍ତ। ସେମାନେ ଜନଶୃଙ୍ଖଳା ରକ୍ଷଣାବେକ୍ଷଣ, ଆଭ୍ୟନ୍ତରୀଣ ନିରାପତ୍ତା ଏବଂ ବିପର୍ଯ୍ୟୟ ମୁକାବିଲା ଆଦି ସମସ୍ତ କ୍ଷେତ୍ରରେ ସକ୍ରିୟ ଯୋଗଦାନ କରିଥାନ୍ତି ।

ରାଜ୍ୟର ଏହିସବୁ ଗୁରୁଦାୟିତ୍ୱ ନିର୍ବାହ କ୍ଷେତ୍ରରେ କ୍ଷମତା ବୃଦ୍ଧି କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଓଡ଼ିଶା ସରକାର ଗତ ଛଅ ମାସ ମଧ୍ୟରେ ଓଡ଼ିଶା ପୁଲିସରେ ୧୬,୦୫୯ଟି ନୂତନ ପଦବୀ ସୃଷ୍ଟି କରିବାକୁ ଘୋଷଣା କରିଛନ୍ତି।ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗୃହ ବିଭାଗର ଅତିରିକ୍ତ ଦାୟିତ୍ୱରେ ଥିବା ଶ୍ରୀ ସାହୁ ଗୃହ ବିଭାଗରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି।

ପୁଲିସ ବାହିନୀର ବିଭିନ୍ନ ବିଭାଗକୁ ସୁଦୃଢ଼ କରିବା, ନୂତନ କ୍ରମବର୍ଦ୍ଧିଷ୍ଣୁ ସୁରକ୍ଷା ଆହ୍ୱାନର ମୁକାବିଲା କରିବା ଏବଂ ରାଜ୍ୟରେ ସାମଗ୍ରିକ ଆଇନ ଶୃଙ୍ଖଳାରେ ଉନ୍ନତି ଆଣିବା ଏହି ପଦବୀ ବୃଦ୍ଧିର ଲକ୍ଷ୍ୟ।ପୋଲିସ ବିଭାଗର ୯ ଟି କ୍ଷେତ୍ରରେ ଏହି ନୂତନ ପଦବୀଗୁଡିକ ସୃଷ୍ଟି କରାଯାଇଛି ବୋଲି ଶ୍ରୀ ସାହୁ ପ୍ରକାା କରିଛନ୍ତି।