ବେଙ୍ଗାଲୁରୁ ଆଗରେ ୧୭୪ ରନର ଲକ୍ଷ୍ୟ ରଖିଲା ରାଜସ୍ଥାନ
1 min read
ଜୟପୁର : ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୫ର ୨୮ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଆଗରେ ୧୭୪ ରନର ଲକ୍ଷ୍ୟ ରଖିଛି ରାଜସ୍ଥାନ ରୟାଲ୍ସ ।
ଏହି ମ୍ୟାଚରେ ବେଙ୍ଗାଲୁରୁ ଟସ ଜିତି ପ୍ରଥମେ ବୋଲିଂ କରିଥିଲା । ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ୪ ଓ୍ବିକେଟ ହରାଇ ୧୭୩ ରନ କରିଥିଲା । ସେ ମାତ୍ର ୪୭ଟି ବଲ ଖେଳି ୨ ଛକା ଓ ୧୦ ଚୌକା ସହ ଏହି ସ୍କୋର କରିଥିଲେ । ସେହିପରି ଦଳ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ୭୫ ରନ କରିଥିବାବେଳେ ଧ୍ରୁବ ଜୁରେଲ ୩୫ ରନ ଓ ରିୟାନ ପରାଗ ୩୦ ରନ କରିଥିଲେ । ଅଧିନାୟକ ସଂଜୁ ସାମସନ ୧୫ ରନ କରିଥିଲେ ବେଙ୍ଗାଲୁରୁ ପକ୍ଷରୁ ଭୁବନେଶ୍ବର କୁମାର, ୟଶ ଦୟାଲ, କ୍ରୁନାଲ ପାଣ୍ଡ୍ୟା ଓ ଜସ ହଜେଲଉଡ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ