October 22, 2024

ରେଲୱେ ଜେଇଙ୍କୁ ବାନ୍ଧି ଲୁଟ

1 min read

ରାଉରକେଲା: ବନ୍ଧମୁଣ୍ଡା ଡିଜେଲ କଲୋନିରେ ୬ ଜଣ ଦୁର୍ବୃତ୍ତ ଘରେ ପଶି ରେଳବାଇ ଜେଇଙ୍କୁ ବାନ୍ଧି ସୁନା ଗହଣା ଟଙ୍କା ଲୁଟି ନେଇଛନ୍ତି | ଜେଇ ଓ ତାଙ୍କ ପତ୍ନୀଙ୍କୁ ଗୋଟିଏ ଘରେ ବାନ୍ଧି ଲୁଟପାଟ କରିଥିଲେ| ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି | ବନ୍ଧମୁଣ୍ଡା ପୁଲିସ ପହଂଚି ଘଟଣାର ତଦନ୍ତ ଚଳାଇଛି | କେତେ ଟଙ୍କା ଓ ସୁନା ଗହଣା ଲୁଟ ହୋଇଛି ଜଣା ପଡିନି |

ମିଳିଥିବା ସୂଚନା ଅନୁଯାୟୀ ରେଳବାଇ ଜେଇ ଦିଲୀପ ପଣ୍ଡା ଓ ତାଙ୍କ ପତ୍ନୀ ବନ୍ଧମୁଣ୍ଡା ଡିଜେଲ କଲୋନିରେ ପରିବାର ସହ ରହନ୍ତି | ଗତକାଲି ପରିବାର ସମସ୍ତେ ଶୋଇବାପରେ ବିଳମ୍ବିତ ରାତିରେ ୬ ଜଣ ଦୁର୍ବୃତ୍ତ ଘରର ପଛପାର୍ଶ୍ଵ ଝରକା କାଟି ଭିତରକୁ ପଶିଥିଲେ | ଏମାନଙ୍କ ମଧ୍ୟରୁ ଜଣେ ଦିଲୀପଙ୍କ ବେକରେ ଛୁରୀ ଲଗାଇ ବାନ୍ଧିଦେଇଥଲେ | ଅନ୍ୟ ଜଣେ ତାଙ୍କ ପତ୍ନୀ ବେକରେ ଛୁରୀ ଲଗାଇ ଘରର ଗୋଟିଏ କୋଣରେ ବସାଇ ଦେଇଥିଲେ | ଅନ୍ୟ ଚାରିଜଣ ଆଲମିରା ଭାଙ୍ଗି ଟଙ୍କା, ପତ୍ନୀଙ୍କ ବେକରୁ ନେକଲେସ,ସୁନା ମୁଦି, କାନଫୁଲ, ଅନ୍ୟ ସୁନାଗହଣା ଲୁଟି ଫେରାର ହୋଇ ଯାଇଥିଲେ |