ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି
1 min read ଓ୍ବାୟନାଡ : ଓ୍ବାୟନାଡ଼ ଲୋକ ସଭାରୁ ନିର୍ବାଚିତ ହୋଇଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୁରୁବାର ଲୋକସଭାରେ ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି। ଶପଥଗ୍ରହଣ ସମୟରେ ସେ ହାତରେ ସମ୍ବିଧାନ ପୁସ୍ତକ ଧରିଥିବା ଦେଖିବାକୁ ମିଳିଥିଲା। ତେବେ ସଂସଦକୁ ଆସିବା ସମୟରେ ତାଙ୍କ ସହିତ ଭାଇ ରାହୁଲ ଗାନ୍ଧୀ ଏବଂ ମା’ ତଥା ରାଜ୍ୟସଭା ସଦସ୍ୟ ସୋନିଆ ଗାନ୍ଧୀ ବି ଉପସ୍ଥିତ ଥିଲେ। ପ୍ରଥମ ଥର ଲାଗି ସୋନିଆ, ରାହୁଲ ଏବଂ ପ୍ରିୟଙ୍କାଙ୍କୁ ସଂସଦରେ ଦେଖିବାକୁ ମିଳିଥିଲା।
ପ୍ରିୟଙ୍କା ଓ୍ବାୟନାଡ ଲୋକସଭା ଆସନରେ ଅନୁଷ୍ଠିତ ଉପନିର୍ବାଚନରେ ବିଜୟୀ ହୋଇଥିଲେ। ସେ ନିଜର ନିକଟତମ ପ୍ରତିଦ୍ଵନ୍ଦ୍ଵୀ ତଥା ସିପିଆଇ ପ୍ରାର୍ଥୀ ସତ୍ୟନ ମୋକେରୀଙ୍କୁ ୪ ଲକ୍ଷ ୧୦ ହଜାରରୁ ଅଧିକ ସଂଖ୍ୟକ ଭୋଟରେ ପରାଜିତ କରିଥିଲେ।