October 18, 2024

ବାରିପଦାରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦି

1 min read

ବାରିପଦା: ବାରିପଦାରେ ଗର୍ଜିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଓଡ଼ିଶାରେ ପୁଣିଥରେ ବିଜେପି ସରକାର କରିବ କହି ବାରିପଦା ମାଟିରୁ ହୁଙ୍କାର ଭରିଛନ୍ତି। ମୋଦିଙ୍କର ଆଜି ଓଡ଼ିଶାରେ ନିର୍ବାଚନ ପ୍ରଚାରର ଶେଷ ଦିନ ଥିବାବେଳେ ବିଜେଡିକୁ ଟାର୍ଗେଟ କରିଛନ୍ତି।

ଭାଷଣ ଆରମ୍ଭରୁ ରାଜ୍ୟରେ ସରକାର କରିବାର ଆଶ୍ୱସନା ଦେବା ସହ ବିଜେଡିର ୨୫ ବର୍ଷର ଶାସନରେ ଫୁଲଷ୍ଟପ ଲଗାଇବାକୁ ଓଡ଼ିଶା ପ୍ରସ୍ତୁତ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି। ‘ବିଜେଡି ଉପରେ ଆପଣମାନେ ୨୫ ବର୍ଷ ଭରସା କଲେ। ବିଜେଡ଼ି ସବୁକ୍ଷେତ୍ରରେ ଆପଣଙ୍କ ଭରସା ଭାଙ୍ଗିଲା। ବିଜେଡି ଆଦିବାସୀଙ୍କ ଜମି ହଡ଼ପ ପାଇଁ ଆଇନ ଆଣିଥିଲା। ଭାଜପା ଚାପରେ ବିଜେଡି ସେ ଆଇନ ପ୍ରତ୍ୟାହାର କରିଥିଲା। ଏଥର ମୌକା ମିଳିଲେ ବିଜେଡି ଆପଣଙ୍କ ଜମି ହଡ଼ପ ମୌକା ଛାଡ଼ିବ ନାହିଁ। ଡିଏମଏଫରେ ହଜାର ହଜାର କୋଟି ଦେଇଛୁ, ବିଜେଡି ଘୋଟାଲା କଲା। ଲୁଟ ମାଲ ବିଦେଶକୁ ଯାଇଥିବା ବି ଚର୍ଚ୍ଚା ହେଉଛି । ଲୁଟ ମାଲ ଗୋଟି ଗୋଟି ଆଦାୟ ହେବ, ଏ ମୋଦି ଗ୍ୟାରେଣ୍ଟି’ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *