September 7, 2024

ଭୁବନେଶ୍ଵରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ଖଣ୍ଡଗିରି ଓ ଉଦୟଗିରିରେ ବୁଲି ଦେଖିଲେ ପ୍ରାଚୀନ କୀର୍ତ୍ତିରାଜି

1 min read

ଭୁବନେଶ୍ଵର : ଭୁବନେଶ୍ଵରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଖଣ୍ଡଗିରି ଓ ଉଦୟଗିରିରେ ବୁଲି ଦେଖିଲେ ପ୍ରାଚୀନ କୀର୍ତ୍ତିରାଜି ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଭୁବନେଶ୍ଵରରେ ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା ପରଦର୍ଶନ କରିଛନ୍ତି। ସେ ଏଠାରେ ଥିବା ପ୍ରାଚୀନ କୀର୍ତ୍ତିରାଜିଗୁଡ଼ିକୁ ଦେଖିଥିଲେ।

ଏଠାରେ ସେ ବି.କେ କଲେଜ ଅଫ ଆର୍ଟ ଏବଂ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ ସାକ୍ଷାତ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରଥଯାତ୍ରା ଲାଗି ରବିବାର ପୁରୀ ଗସ୍ତ କରିଥିଲେ। ସେଠାରେ ରାତିରେ ରହିବା ପରେ ସେ ସୋମବାର ଭୁବନେଶ୍ଵର ଫେରିଥିଲେ। ଏହାପରେ ସେ ଖଣ୍ଡଗିରି ଓ ଉଦୟଗିରି ପରଦର୍ଶନ ପାଇଁ ଯାଇଥିଲେ। ରାଷ୍ଟ୍ରପତି ଉଦୟଗିରିରେ ରାଣୀ ଗୁମ୍ଫା ପରିଭ୍ରମଣ କରି ଏହାର ଉପର ମହଲା ଏବଂ ତଳ ମହଲା ବୁଲି ଦେଖିଥିଲେ। ଏହାସହ ରାଣୀ ଗୁମ୍ଫାର କଳା କୀର୍ତ୍ତି ସବୁ ଦେଖିଥିଲେ। ଏଠାରେ ଛାତ୍ରଛାତ୍ରୀମାନଙ୍କ ସହ ସାକ୍ଷାତ ସମୟରେ ରାଷ୍ଟ୍ରପତି ସେମାନଙ୍କୁ ଭବିଷ୍ୟତ ପାଇଁ ବିଭିନ୍ନ ପରାମର୍ଶ ଦେଇଥିଲେ। ଏହି ସମୟରେ ଛାତ୍ରଛାତ୍ରୀମାନେ ଆଙ୍କିଥିବା ଫଟୋ ଚିତ୍ର ଉପହାର ରୂପେ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *