September 8, 2024

ପ୍ରଶାନ୍ତ ଜଗଦ୍ଦେବଙ୍କୁ ହାଇକୋର୍ଟରୁ ମିଳିଲା ନିୟମିତ ଜାମିନ

1 min read

ଭୁବନେଶ୍ୱର: ଖୋର୍ଦ୍ଧାର ନବନିର୍ବାଚିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ହାଇକୋର୍ଟରୁ ମିଳିଲା ନିୟମିତ ଜାମିନ। ବୁଥ ଭଙ୍ଗାରୁଜା ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜୁନ ୭ ତାରିଖରେ ତିନିଦିନ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ଖୋର୍ଦ୍ଧା ଏଡିଜେ କୋର୍ଟ।

ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ କାଉଁରିପାଟଣା ବୁଥରେ ଇଭିଏମ ଫିଙ୍ଗିବା ଅଭିଯୋଗରେ ଗତ ମେ’ ୨୫ ତାରିଖ ବିଳମ୍ବିତ ରାତିରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରାଯାଇଥିଲା। ପରେ ତାଙ୍କୁ ଖୋର୍ଦ୍ଧା ଜେଲକୁ ପଠାଇ ଦେଇଥିଲେ।

ପ୍ରଶାନ୍ତ ଜଗଦ୍ଦେବ ଜାମିନ ପାଇଁ ଆବେଦନ କରିଥିଲେ। ତାଙ୍କୁ ଜୁନ ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ୩ଦିନ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ଏଡିଜେ କୋର୍ଟ। ପ୍ରଶାନ୍ତ ଜଗଦ୍ଦେବ ନିୟମିତ ଜାମିନ ପାଇଁ ଓଡ଼ିଶା ହାଇକୋର୍ଟରେ ଆବେଦନ କରିଥିଲେ। ବୁଧବାର ଦିନ ହାଇକୋର୍ଟ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜାମିନ ପ୍ରଦାନ କରିଛନ୍ତି।

ପ୍ରଶାନ୍ତ ଜଗଦେବ ୨୦୨୪ ନିର୍ବାଚନରେ ଖୋର୍ଦ୍ଧାରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି। ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁଙ୍କୁ ୮,୫୯୮ ଭୋଟରେ ହରାଇଛନ୍ତି ପ୍ରଶାନ୍ତ।
ଶପଥ ନେବା ପୂର୍ବରୁ ନବୀନଙ୍କୁ ଭେଟିଲେ ଭାବି ମୁଖ୍ୟମନ୍ତ୍ରୀ

Leave a Reply

Your email address will not be published. Required fields are marked *