ଭିଜିଲାନ୍ସ ଜାଲରେ ବାଲେଶ୍ଵର ଡିଇଓ କାର୍ଯ୍ୟାଳୟର କନିଷ୍ଠ କିରାଣୀ ପ୍ରଦୀପ କୁମାର ଦାସ
1 min readବାଲେଶ୍ଵର: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବାଲେଶ୍ଵର ଜିଲ୍ଲା ଡିଇଓ କାର୍ଯ୍ୟାଳୟର କନିଷ୍ଠ କିରାଣୀ ପ୍ରଦୀପ କୁମାର ଦାସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ପ୍ରଦୀପ ଦାସଙ୍କ ଘର ସମେତ ୬ଟି ଠିକଣା ଉପରେ ଏକକାଳୀନ ଚଢ଼ଉ କରିଛି ଭିଜିଲାନ୍ସ ଟିମ।
ପ୍ରଦୀପ କୁମାର ଦାସଙ୍କ ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ାରେ ଥିବା ପୈତୃକ ଘର, ଅଙ୍ଗାରଗାଡ଼ିଆରେ ଥିବା ତିନି ମହଲା ବିଶିଷ୍ଟ କୋଠା, ସେରଗଡ଼ରେ ଥିବା ମାର୍କେଟ କଂପ୍ଲେକ୍ସ, ନୀଳଗିରି ଓ ଖନ୍ତାପଡ଼ାରେ ଥିବା ସମ୍ପର୍କୀୟଙ୍କ ଘର ଓ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରହିଛି।
ଦୀର୍ଘ ଦିନ ହେଲା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ନେଇ ପ୍ରଦୀପ ଦାସଙ୍କ ବିରୋଧରେ ଅଭିଯୋଗ ହୋଇଆସୁଥିଲା। ବାଲେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଶୁକ୍ରବାର ଦିନ ଏହି ଚଢ଼ଉ କରାଯାଇଛି। ଚଢ଼ଉରେ ୨ ଜଣ ଏଏସପି, ୪ ଜଣ ଡିଏସପି ଓ ୭ ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି।