ଏପ୍ରିଲ ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ୩ ନାମଲେଖା
1 min read
ଭୁବନେଶ୍ୱର : ଓଡ଼ିଶାରେ ଏପ୍ରିଲ ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ୩ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା। ଏଥିପାଇଁ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ବିଭାଗର ‘ସାମ୍ସ’ ୱେବସାଇଟରେ ଆବେଦନ କରିପାରିବେ। ଚଳିତ ବର୍ଷ ଜୁଲାଇ ୧୦ ତାରିଖରୁ ଯୁକ୍ତ ୩ ପାଠପଢ଼ା ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏନେଇ ସୋମବାର ଦିନ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଶିକ୍ଷାବର୍ଷ ୨୦୨୫-୨୬ରେ ଯୁକ୍ତ ୩ ପାଇଁ ନାମଲେଖା ନୂଆ ଜାତୀୟ ଶିକ୍ଷା ନୀତି ଅନୁସାରେ କରାଯିବ। ଛାତ୍ରଛାତ୍ରୀମାନେ ନିଜ ପସନ୍ଦ ଅନୁଯାୟୀ ବିଷୟ ଚୟନ କରିପାରିବେ। ଏଥିରେ ଗୋଟିଏ ମୁଖ୍ୟ ବିଷୟ ସହିତ ଦୁଇଟି ଉପବିଷୟ କିମ୍ବା ଦୁଇଟି ମୁଖ୍ୟ ବିଷୟ ଓ ତିନିଟି ଉପବିଷୟ ଚୟନ କରିପାରିବେ।
ଜାତୀୟ ଶିକ୍ଷା ନୀତି ଅନୁସାରେ ପାଠ୍ୟକ୍ରମ ଆରମ୍ଭ ହେବା ସହିତ ସଠିକ ସମୟରେ ପରୀକ୍ଷା କରାଯାଇ ଫଳାଫଳ ମଧ୍ୟ ଘୋଷଣା କରାଯାଇପାରିବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି।