September 16, 2024

ଏସସିଓ ବୈଠକକୁ ମୋଦୀଙ୍କୁ ପାକିସ୍ତାନର ଆମନ୍ତ୍ରଣ

1 min read

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ମାସରେ ପାକିସ୍ତାନରେ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ(ଏସସିଓ) ବୈଠକକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମନ୍ତ୍ରଣ କରିଛି ପାକିସ୍ତାନ। ଚଳିତବର୍ଷ ପାକିସ୍ତାନ ଅଧ୍ୟକ୍ଷତାରେ ଇସଲାମାବାଦଠାରେ ଅକ୍ଟୋବର ୧୫ ଏବଂ ୧୬ ତାରିଖ ଦୁଇଦିନ ଧରି ଏହି ବୈଠକ ଅନୁଷ୍ଠିତ ହେବ। ତେବେ ପ୍ରଧାନମନ୍ତ୍ରୀ ଏହି ବୈଠକରେ ଯୋଗଦେଇ ନ ପାରନ୍ତି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ଦୁଇ ଦେଶ ମଧ୍ୟରେ ସୀମା ବିବାଦ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଭାରତ ଏଥିରେ ଯୋଗଦେବ ନାହିଁ ବୋଲି କୁହାଯାଉଛି।
ଚୀନର ସାଂଘାଇଠାରେ ୨୦୦୧ ମସିହାରେ ରୁଷ, ଚୀନ, କିରଗିଜ ଗଣରାଜ୍ୟ, କାଜାଖସ୍ତାନ, ତାଜିକିସ୍ତାନ ଏବଂ ଉଜବେକିସ୍ତାନ ଦ୍ଵାରା ଏସସିଓ ପ୍ରତିଷ୍ଠା ହୋଇଥିଲା। ୨୦୧୭ରେ ଭାରତ ଏବଂ ପାକିସ୍ତାନ ଏହି ସଂଗଠନରେ ଯୋଗଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ରୁ କାର୍ଯ୍ୟଭାର ସମ୍ଭାଳିବା ପରଠାରୁ ପ୍ରତିବର୍ଷ ଏହି ବୈଠକରେ ଯୋଗଦେଇଆସୁଛନ୍ତି। ତେବେ​‌ କାଜାଖସ୍ତାନରେ ଅନୁଷ୍ଠିତ ବୈଠକରେ ମୋଦୀ ଯୋଗଦେଇପାରି ନ ଥିଲେ। ଏସସିଓ ବୈଠକ ସମୟରେ ସଂସଦ ଅଧିବେଶନ ରହିଥିବାରୁ ମୋଦୀଙ୍କ ତରଫରୁ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କାଜାଖସ୍ତାନର ଆଷ୍ଟାନାରେ ଅନୁଷ୍ଠିତ ବୈଠକରେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *