September 8, 2024

ଅଗଷ୍ଟ ୧୭ରେ ଓଟିଇଟି ପରୀକ୍ଷା

1 min read

ଭୁବନେଶ୍ୱର : ଅଗଷ୍ଟ ୯ ତାରିଖ ବଦଳରେ ଅଗଷ୍ଟ ୧୭କୁ ଘୁଞ୍ଚିଲା OTET (ଓଡିଶା ଶିକ୍ଷକ ଯୋଗ୍ୟତା) ପରୀକ୍ଷା | ଏ ସଂକ୍ରାନ୍ତରେ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି | ତେବେ ପରୀକ୍ଷା ତାରିଖ ବଦଳି ଥିଲେ ମଧ୍ୟ ସମୟ ନିର୍ଘଣ୍ଟ ରେ କୌଣସି ପରିବର୍ତନ ହୋଇ ନଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି | ୧୫୦ ମାର୍କରେ ୨ ଟି ପେପର ପରୀକ୍ଷା ଓ ଓଏମଆର ରେ ହେବ | ପ୍ରଥମ ପେପର ପାଇଁ ସକାଳ ୯ ଟାରୁ ଦିନ ୧୧.୩୦ ରହିଥିବାବେଳେ ଦ୍ଵିତୀୟ ପେପର ପରୀକ୍ଷା ଦିନ ୨ ଟାରୁ ଅପରାହ୍ନ ୪.୩୦ ପର୍ଯ୍ୟନ୍ତ ଚାଲିବ |

ସୂଚନାନୁସାରେ,OTET -୨୦୨୩ ପରୀକ୍ଷା ପାଇଁ ରଜ୍ୟରେ ମୋଟ ୧ ଲକ୍ଷ ୨୫ ହଜାରରୁ ଅଧିକ ପ୍ରାର୍ଥୀ ବୋର୍ଡ଼ରେ ଆବେଦନ କରିଛନ୍ତି | ପରୀକ୍ଷା ପାଇଁ ବିଭିନ୍ନ ଜିଲ୍ଲା ସଦର ମହକୁମା,ସବଡ଼ିଭିଜନ ଏବଂ ସହରାଞ୍ଚଳରେ ୪୨୦ ଟି ସେଣ୍ଟର କରାଯାଇଛି | ପରୀକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ବୋର୍ଡ କର୍ତୃପକ୍ଷ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି | ବିଶେଷ କରି ଧାର୍ଯ୍ୟ ସମୟପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ ରୋକିବା ପାଇଁ ଡିଜି ଲକରରେ ପ୍ରଶ୍ନପତ୍ର ପରୀକ୍ଷାକେନ୍ଦ୍ରକୁ ପଠାଇବାର ବ୍ୟବସ୍ଥା କରାଯାଇଛି | ସେହିପରି କପି ରୋକିବା ପାଇଁ ଅଧିକ ସ୍କ୍ୱାର୍ଡ ନିୟୋଜିତ କରାଯିବ ଲାଗି ନିଷ୍ପତି ହୋଇଛି |

Leave a Reply

Your email address will not be published. Required fields are marked *