ପୋଲାଭରମ୍ ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ:୪ଟା ଯାଏଁ ଗୃହ ମୁଲତବୀ
1 min readଭୁବନେଶ୍ୱର : ଚାଲିପାରୁନି ଗୃହ । ପୁଣି ଅପରାହ୍ଣ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ । ପୋଲାଭରମ୍ ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ପୁଣି ଗୃହକୁ ମୁଲବତୀ ଘୋଷଣା କରାଯାଇଛି । କଂଗ୍ରେସ ଓ ବିଜେଡିର ନାରାବାଜି ଓ ହୋହଲ୍ଲା ପରେ ମୁଲବତୀ ଘୋଷଣା କରାଯାଇଛି । ପୋଲାଭରମ୍ ପ୍ରସଙ୍ଗ ବିଚାରାଧୀନ ଥିବାରୁ ଅଗ୍ରାହ୍ୟ କରିଥିଲେ ବାଚସ୍ପତି । ପ୍ରଥମେ ଏହି ପ୍ରସଙ୍ଗରେ ଗୃହକୁ ୧୧ଟା ୩୦ ଯାଏଁ ମୁଲବତୀ କରାଯାଇଥିଲା ।