September 7, 2024

ପୁଣି ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

1 min read

ଭୁବନେଶ୍ବର: ଆସନ୍ତା ୨୧ ତାରିଖରେ ପୁଣି ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେ ଏହି ଓଡ଼ିଶା ଗସ୍ତ ସମୟରେ ୪ଟି ନିର୍ବାଚନୀ ସଭାରେ ଯୋଗ ଦେବେ ଅମିତ ଶାହ। କେନ୍ଦ୍ର ଗୃହମନ୍ତ୍ରୀ ସକାଳେ ପ୍ରଥମେ ସମ୍ବଲପୁରରେ ନିର୍ବାଚନ ପ୍ରଚାର କରିବେ। ଏହାପରେ ସେ କେନ୍ଦୁଝର, ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଓ ନୟାଗଡ଼ରେ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

ଏହାପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗତ ୧୭ ତାରିଖରେ ରାଉରକେଲାରେ ବିଜେପି ପାଇଁ ପ୍ରଚାର କରିଥିଲେ। ଏଥର ଓଡ଼ିଶାରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ବିଜେପି ଡବଲ୍‌ ପରିବର୍ତ୍ତନ ପାଇଁ ଶତପ୍ରତିଶତ ପ୍ରସ୍ତୁତ। ଓଡ଼ିଶାରେ ୧୫ ସାଂସଦ ଓ ୭୫ ବିଧାୟକ ନିଶ୍ଚିତ। ଚାରିଟି ପର୍ଯ୍ୟାୟରେ ବିଜେପି ୨୭୦ ପାରିକରି ସାରିଲାଣି, ଏବେ ୪ ଶହ ଆଡ଼କୁ ଅଗ୍ରସର ହେଉଛି। ରାଉରକେଲାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

Leave a Reply

Your email address will not be published. Required fields are marked *