October 23, 2024

ବାତ୍ୟା ପାଇଁ ସଜାଗ ଓଡିଶା ପୋଲିସ

1 min read

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ‘ଦାନା’ ନେଇ ଓଡିଶା ପୋଲିସର ପ୍ରସ୍ତୁତି । ଡିଜି କ୍ୟାମ୍ପ ଅଫିସରେ ଚାଲିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଦୟାଲ ଗାଙ୍ଗଓର, ଆଇଜି ୟତିନ୍ଦ୍ର କୋଏଲ୍ ପ୍ରମୁଖ ଉପସ୍ଥିତ ରହିଛନ୍ତି । ଖବର ଅନୁଯାୟୀ, ଅକ୍ଟୋବର ମାସରେ ପୁଣି ଥରେ ରାଜ୍ୟକୁ ଘାରିଛି ବାତ୍ୟା ଭୟ । ଗୁରୁବାର ଦିନ ବାତ୍ୟା ‘ଦାନା’ ସ୍ଥଳଭାଗ ଛୁଇଁପାରେ। ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗୁଆ ପ୍ରସ୍ତୁତି କରିଛନ୍ତି । ବିଭିନ୍ନ ସମ୍ବେଦନଶୀଳ ସ୍ଥାନକୁ ଉଦ୍ଧାରକାରୀ ଦଳକୁ ପଠାଯାଇଛି । ଏହିକ୍ରମରେ ବାତ୍ୟା ଦାନାକୁ ନେଇ ଓଡିଶା ପୋଲିସ ମଧ୍ୟ ତତ୍ପର ହୋଇଛି । ଓଡିଶା ପୋଲିସ ଡିଜି କ୍ୟାମ୍ପ ଅଫିସରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ଚାଲିଥିବା ବୈଠକରେ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଦୟାଲ ଗାଙ୍ଗଓର, ଆଇଜି ୟତିନ୍ଦ୍ର କୋଏଲ୍ ପ୍ରମୁଖ ଉପସ୍ଥିତ ରହିଛନ୍ତି । ତେବେ ଏହି ବୈଠକରେ ବାତ୍ୟା ପ୍ରଭାବିତ ଅଞ୍ଚଳ ଏସ୍ପି ଓ ଡିଆଇଜିଙ୍କ ସହ କଥା ହୋଇଛି ଡିଜିପି । ଏହିଭଳି କଠିନ ସମୟରେ ପୋଲିସ କିପରି ସହାୟତା କରିବ । ସେନେଇ ସମସ୍ତ ଅଧିକାରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି ଓ୍ୱାଇ ବି ଖୁରାନିଆ ।