January 30, 2025

ଆଧୁନିକ ଶିଳ୍ପ ପ୍ରତିଷ୍ଠା ପାଇଁ ଓଡ଼ିଶାରେ ଅପାର ସମ୍ଭାବନା:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

1 min read

ଭୁବନେଶ୍ୱର: ‘‘ଆଧୁନିକ ଶିଳ୍ପ ପ୍ରତିଷ୍ଠା ପାଇଁ ଓଡ଼ିଶାରେ ଅପାର ସମ୍ଭାବନା ରହିଛି। ଖାଦ୍ୟ ପ୍ରକ୍ରିୟାକରଣ, ପେଟ୍ରୋକେମିକାଲ, ଏଡୁଟେକ୍, ସୂଚନା ଓ ପ୍ରଯୁକ୍ତିବିଦ୍ୟା, ଗ୍ରିନ ଏନର୍ଜି ଏବଂ ପର୍ଯ୍ୟଟନ ଶିଳ୍ପ ଆଦି କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ହେବାକୁ ଯାଉଛି। ଆଗାମୀ ଦିନରେ ଓଡ଼ିଶା ହେବ ପୂର୍ବ ଭାରତର ବିକାଶର ଇଞ୍ଜି,’’ ଦେଶ ବିଦେଶର ପ୍ରମୁଖ ଉଦ୍ୟୋଗୀ ଏବଂ ନିବେଶକାରୀମାନଙ୍କୁ ଉଦବୋଧନ ଦେବା ଅବସରରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଭୁବନେଶ୍ୱର ଜନତା ମଇଦାନଠାରେ ଆରମ୍ଭ ହୋଇଛି ପ୍ରମୁଖ ନିବେଶକ ସମ୍ମିଳନୀ ‘ଉତ୍କର୍ଷ ଓଡ଼ିଶା – ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫’। ଏହି ଦୁଇଦିନିଆ ସମ୍ମିଳନୀକୁ ମଙ୍ଗଳବାର ଦିନ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଓଡ଼ିଶା ସରକାରଙ୍କ ପକ୍ଷରୁ ଆୟୋଜିତ ଏହି ବିଶାଳ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ଏହି ଅବସରରେ ଓଡ଼ିଶାରେ ପୁଞ୍ଜି ନିବେଶ କରିବା ପାଇଁ ପ୍ରଧାନମନ୍ତ୍ରୀ ଦେଶ ବିଦେଶର ନିବେଶକମାନଙ୍କୁ ଆହ୍ୱାନ ଦେଇଛନ୍ତି।

‘‘ଶିଳ୍ପ ସ୍ଥାପନ ପାଇଁ ଓଡ଼ିଶାରେ ଅନୁକୂଳ ପରିବେଶ ରହିଛି। ରାଜ୍ୟର ଅନନ୍ୟ ପ୍ରାକୃତିକ ସମ୍ଭାର ଓ ଖଣିଜସମ୍ପଦ ଆଜି ଦେଶ ବିଦେଶର ଉଦ୍ୟୋଗୀ ଓ ନିବେଶକଙ୍କ ପାଇଁ ବିଶେଷ ଆକର୍ଷଣ ସାଜିଛି। ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ବର୍ତ୍ତମାନ ହେଉଛି ଉପଯୁକ୍ତ ସମୟ। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ଯେଉଁ ଲକ୍ଷ୍ୟ ରହିଛି ତାହାକୁ ସାକାର କରିବା ପାଇଁ ଭାରତ ସରକାର ଆବଶ୍ୟକ ସହଯୋଗ ଯୋଗାଇ ଦେଉଛନ୍ତି,’’ କହିଥିଲେ ପ୍ରଧାନମନ୍ତ୍ରୀ।