ଆସନ୍ତାକାଲିଠାରୁ ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ
1 min read
CREATOR: gd-jpeg v1.0 (using IJG JPEG v62), quality = 82
ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ। ଏହାପୂର୍ବରୁ ବୁଧବାର ବସିଛି ସର୍ବଦଳୀୟ ବୈଠକ। ବାଚସ୍ପତି ସୁରମା ପାଢ଼ୀ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏଥିର ଶାସକ ଦଳ ସହ ରାଜ୍ୟର ବିରୋଧୀ ଦଳର ନେତାମାନେ ଯୋଗଦେଇଛନ୍ତି।
ବଜେଟ୍ ଅଧିବେଶନକୁ ସୂଚାରୁ ରୂପେ ଚଳାଇବା ପାଇଁ ଏହି ବୈଠକରେ ଆଲୋଚନା କରାଯାଇଛି। ବଜେଟ୍ ଅଧିବେଶନ ପାଇଁ ବାଚସ୍ପତି ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।
ଚଳିତବର୍ଷ ଦୁଇଟି ପର୍ଯ୍ୟାୟରେ ବଜେଟ୍ ଅଧିବେଶନ ହେବ। ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୨୮ଟି କାର୍ଯ୍ୟ ଦିବସ ରହିବ। ଫେବ୍ରୁଆରି ୧୭ ତାରିଖରେ ବଜେଟ୍ ଉପସ୍ଥାପନ କରିବେ ରାଜ୍ୟ ସରକାର।
ଫ୍ରେବୃଆରି ୧୩ରୁ ୨୧ ଯାଏଁ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିବ। ଏହା ପରେ ମାର୍ଚ୍ଚ ୭ରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଦ୍ଵିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ କାର୍ଯ୍ୟ ଚାଲିବ।
ଫେବ୍ରୁଆରି ୧୭ ତାରିଖରେ ଆସିବାକୁ ଥିବା ରାଜ୍ୟ ବଜେଟ୍ ଉପରେ ରହିଛି ସମସ୍ତଙ୍କ ନଜର। ଏଥର ବଜେଟରେ ସାଧାରଣ ଲୋକଙ୍କ ପାଇଁ କ’ଣ ରହିବ ଖାସ। କେଉଁ ବିଭାଗ ପାଇଁ କେତେ ଅର୍ଥ ବ୍ୟୟ ବରାଦ ହେବ ତାହା ଗୁରୁତ୍ଵପୂର୍ଣ୍ଣ ରହିବ।