ବିଶିଷ୍ଟ ସମାଜ ସଂସ୍କାରକ ଦେବେନ୍ଦ୍ର ସୁତାର ପାଇବେ ଡାକ୍ତର ନରେନ୍ଦ୍ର ଦଭୋଲକର ସ୍ମାରକୀ ଜାତୀୟ ପୁରସ୍କାର
1 min readଓଡ଼ିଶାର ବିଶିଷ୍ଟ ସମାଜ ସଂସ୍କାରକ ଦେବେନ୍ଦ୍ର ସୁତାରଙ୍କୁ ମିଳିବ ଡାକ୍ତର ନରେନ୍ଦ୍ର ଦଭୋଲକର ସ୍ମାରକୀ ଜାତୀୟ ପୁରସ୍କାର। ୨୦୨୪ ବର୍ଷ ପାଇଁ ସମାଜ ସଂସ୍କାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ। ଜାନୁଆରି ୧୮ ତାରିଖରେ ପୁଣେରେ ହେବାକୁ ଥିବା ବିଶେଷ ସମାରୋହରେ ତାଙ୍କୁ ସମ୍ମାନିତ କରାଯିବ।
ଓଡ଼ିଶାରେ ଡାହାଣୀ ହତ୍ୟା ନିରୋଧ ଆଇନ ଆଣିବା ଏବଂ ଏଥିପାଇଁ ସଚେତନତା ସୃଷ୍ଟି କରିବା ଦିଗରେ ଦେବେନ୍ଦ୍ର ସୁତାରଙ୍କ ଅନେକ ଅବଦାନ ରହିଛି। ଏହାସହ ସେ ବାସନ୍ଦ ପ୍ରଥା, ନରବଳି, ଚେଙ୍କ ଚିକିତ୍ସା ଭଳି କୁସଂସ୍କାର ଓ ଅନ୍ଧବିଶ୍ୱାସ ବିରୋଧରେ ସଚେତନତା ପାଇଁ ଦୀର୍ଘ ୪୦ ବର୍ଷ ଧରି କାର୍ଯ୍ୟ ଜାରି ରଖିଛନ୍ତି।
୨୦ ବର୍ଷ ହେବ ଦେବେନ୍ଦ୍ର ସୁତାର ବୈଜ୍ଞାନିକ ଚର୍ଚ୍ଚା ନାମରେ ଏକ ପତ୍ରିକା ଜରିଆରେ ଲୋକଙ୍କୁ ଅନ୍ଧବିଶ୍ୱାସ ବିରୋଧରେ ସଚେତନତା କରିଆସୁଛନ୍ତି। ଲୋକଙ୍କ ଭିତରେ ବୈଜ୍ଞାନିକ ଚେତନାର ପ୍ରସାର କରିବା ତାଙ୍କର ଲକ୍ଷ୍ୟ ରହିଛି।
ଆମେରିକାରେ ଅବସ୍ଥାପିତ ମହାରାଷ୍ଟ୍ର ଫାଉଣ୍ଡେସନ ପକ୍ଷରୁ ପ୍ରତିବର୍ଷ ଡାକ୍ତର ନରେନ୍ଦ୍ର ଦଭୋଲକର ସ୍ମାରକୀ ଜାତୀୟ ପୁରସ୍କାର ପ୍ରଦାନ କରାଯାଉଛି। ଏଥିରେ ୧ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ମଧ୍ୟ ଦିଆଯାଉଛି।
ଭାରତର ବିଶିଷ୍ଟ ସମାଜ ସଂସ୍କାରକ ଡକ୍ଟର କେ. ବିରମଣିଙ୍କ ଭଳି ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ପୂର୍ବରୁ ଏହି ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରାଯାଇଛି