October 18, 2024

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନୀତିଶ କୁମାର

1 min read

ପାଟନା: ବିହାରରେ ଏବେ ପୁଣି ଥରେ ରାଜନୈତିକ ହଲଚଲ । ମେଣ୍ଟରୁ ଅଲଗା ହୋଇ ନୀତିଶ କୁମାର ବିଜେପି ସହ ସରକାର କରିପାରନ୍ତି । ଆଜି ନୀତିଶ ବିଧାୟକ ସାଂସଦ ଏବଂ ପାର୍ଟିର ଅନ୍ୟ ନେତାଙ୍କ ସହ ବୈଠକ କରିବେ ।

ସୂଚନା ଅନୁସାରେ, ରବିବାର ଦିନ ୧୨ଟା ବେଳେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି । ଏହା ସହ ବହୁମତ ସମର୍ଥନ ପତ୍ର ରାଜ୍ୟପାଳଙ୍କୁ ଦେବେ । ଏହା ସହ ରବିବାର ସନ୍ଧ୍ୟା ୪ଟାବେଳେ ରାଜଭବନରେ ଶପଥ ଗ୍ରହଣ ସମାରୋହ ହୋଇପାରେ ।

ଏ ନେଇ ଶନିବାର ମାନେ ଆଜି ସନ୍ଧ୍ୟା ସୁଦ୍ଧା ମୁଖ୍ୟମନ୍ତ୍ରୀ ନିବାସରେ ବିଜେପିର ସମର୍ଥନ ପତ୍ର ପହଞ୍ଚିଯିବ । ନୀତିଶ ଆଜି ଡାକିଥିବା ବୈଠକରେ ଅଶୋକ ଚୌଧୁରୀ, ବିଜୟ ଚୌଧୁରୀଙ୍କ ସହ ସାଂସଦଙ୍କ ସହ ବହୁ ବଡ଼ ବଡ଼ ନେତା ଉପସ୍ଥିତ ରହିବେ । ଆଜି ସନ୍ଧ୍ୟାରେ ସମସ୍ତ ବିଧାୟକଙ୍କର ଦସ୍ତଖତ ନିଆଯିବ । ଏହି ଚିଠି ନେଇ ପାର୍ଟିର ଦୁଇ ତିନି ଜଣ ଲିଡର ନୀତିଶଙ୍କୁ ଭେଟିବେ ।

Leave a Reply

Your email address will not be published. Required fields are marked *