September 8, 2024

ନିର୍ମଳା ସୀତାରମଣ ସୋମବାର ଅର୍ଥର୍ନେତିକ ସର୍ଭେ

1 min read

ନୂଆଦିଲ୍ଲୀ : ବହୁ ପ୍ରତୀକ୍ଷିତ କେନ୍ଦ୍ର ବଜେଟ୍‌ ୨୦୨୪-୨୫ ଉପସ୍ଥାପନ ହେବାର ଠିକ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଅର୍ଥର୍ନେତିକ ସର୍ଭେ ୨୦୨୩-୨୦୨୪ ଆଗତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍‌କୁ ଚିହ୍ନିତ କରି ୨୦୨୪-୨୫ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍‌ ମଙ୍ଗଳବାର ସୀତାରମଣଙ୍କ ଦ୍ୱାରା ସଂସଦରେ ଉପସ୍ଥାପିତ ହେବ।

ଅର୍ଥନୈତିକ ସର୍ବେକ୍ଷଣ ତଥ୍ୟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଛନ୍ତି, ବିଶ୍ୱର ଅର୍ଥନୈତିକ ଅନିଶ୍ଚିତତା ସତ୍ତ୍ୱେ ଘରୋଇ ଅଭିବୃଦ୍ଧି ଡ୍ରାଇଭମାନେ ୨୦୨୩-୨୪ ଆର୍ଥିକ ବର୍ଷରେ ଅର୍ଥନୈତିକ ଅଭିବୃଦ୍ଧିକୁ ସମର୍ଥନ କରିଛନ୍ତି। ଭାରତର ଅର୍ଥନୀତି ଦୃଷ୍ଟିକୋଣ ଉଜ୍ଜ୍ୱଳ। ତେବେ ୨୦୨୫ରେ ଡିଜିପି ଅଭିବୃଦ୍ଧି ୬.୫%ରୁ ୭% ରହିବା ଆକଳନ କରାଯାଉଛି। ଆସନ୍ତକାଲି ବଜେଟ୍‌ରେ ୫ ବଡ଼ ଘୋଷଣା ହୋଇପାରେ। ବିଶେଷକରି ସଡ଼କପଥ ଏବଂ ଭାରତୀୟ ରେଳପଥକୁ ପ୍ରାଥମିକତା ଦିଆଯିବ। ସାଧାରଣ ଲୋକ, ବେତନପ୍ରାପ୍ତ କରଦାତା ଏବଂ ମଧ୍ୟବିତ୍ତଙ୍କ ପାଇଁ ମଧ୍ୟ ଆୟକର ଛାଡ଼ ଘୋଷଣା କରାଯାଇପାରେ। ନୂତନ ଆୟକର ବ୍ୟବସ୍ଥା କରାଯିବ।

Leave a Reply

Your email address will not be published. Required fields are marked *