September 8, 2024

ହ୍ବାଟ୍ସଆପ୍‌ର ନୂଆ ଫିଚର୍

1 min read

ବିଶ୍ୱର ଶହ ଶହ କୋଟି ଲୋକ ହ୍ବାଟ୍ସଆପ୍ ବ୍ୟବହାର କରନ୍ତି। ଏହା ମଧ୍ୟ ବିଶ୍ୱର ସର୍ବବୃହତ ଏବଂ ଲୋକପ୍ରିୟ ଇନଷ୍ଟାଣ୍ଟ ମଲ୍ଟିମିଡ଼ିଆ ମେସେଜିଂ ଆପ୍। ହ୍ବାଟ୍ସଆପ୍ ଏହାର ଉପଭୋକ୍ତା ଅଭିଜ୍ଞତାକୁ ପ୍ରତିଦିନ ଉନ୍ନତ କରିବାକୁ ଚେଷ୍ଟା କରେ। ହ୍ବାଟ୍ସଆପ୍ ଏବେ ଏଭଳି ଏକ ଫିଚର ଉପରେ କାମ କରୁଛି, ଯାହା ଆସିବା ଦ୍ଵାରା ଆପଣ ସବୁଠୁ ଅଧିକ କଥା ହେଉଥିବା ଲୋକଙ୍କ ସହ କଥା ହେବା ଅଧିକ ସହଜ ହୋଇଯିବ।
ହ୍ବାଟ୍ସଆପ୍ ଏକ ଫେଭରାଇଟ୍‌ ଟ୍ୟାବ୍‌ ଉପରେ କାମ କରୁଛି। ଏଥିରେ ଆପଣ ସେହି ଲୋକଙ୍କ ଚାଟ୍ ପାଇବ ଯେଉଁମାନଙ୍କ ସହିତ ଆପଣ ଅଧିକ କଥାବାର୍ତ୍ତା କରନ୍ତି। ଉପଭୋକ୍ତା ଯେପରି କୌଣସି ଚାଟ୍‌କୁ ଶୀଘ୍ର ପାଇପାରିବେ ସେଥିପାଇଁ ଏହି ଫିଚର ଅଣାଯାଉଛି। ହ୍ବାଟ୍ସଆପ୍‌ ଏହି ଫିଚର ଜାରି କରିବା ଆରମ୍ଭ କରିଦେଇଛି, ତେବେ ଏବେ ଏହାକୁ ଧୀରେ ଧୀରେ ଜାରି କରାଯାଉଛି। ବର୍ତ୍ତମାନ ଏହା କେବଳ ଅଳ୍ପ କିଛି ଲୋକଙ୍କୁ ମିଳିଛି। ନୂଆ ଫିଚର ବିଷୟରେ ହ୍ବାଟ୍ସଆପ୍ ନିଜ ବ୍ଲଗ୍‌ରେ ସୂଚନା ଦେଇଛି। ଫେଭରାଇଟ୍‌ ଟ୍ୟାବରେ ଆପଣ କୌଣସି କଣ୍ଟାକ୍ଟକୁ ଆଡ୍‌ କରିପାରିବେ ଏବଂ ଯେକୌଣସି ସମୟରେ ତାଲିକା ଏଡିଟ୍‌ ମଧ୍ୟ କରିପାରିବେ।

Leave a Reply

Your email address will not be published. Required fields are marked *