ଜମି ବିବାଦରୁ ପୁତୁରାକୁ ହତ୍ୟା
1 min readବଲାଙ୍ଗୀର : ଜମି ବିବାଦରୁ ଲୋମହର୍ଷଣକାରୀ ହତ୍ୟା । ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ପୁତୁରାକୁ ହତ୍ୟା କଲେ ଦାଦା-ଖୁଡି । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଦାଦା ପୁଅ ଭାଇ ଦୀପକ ଫେରାର ରହିଛି । ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପୁଇଁତଳା ଥାନା ଅଏଁଲାସାରି ଗାଁରେ । ଜମି ଭାଗବଣ୍ଟାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ମୃତ ଯୁବକ ଜଣଙ୍କ ହେଲେ ସମୀର ଭୋଇ। ହତ୍ୟାକାଣ୍ଡ ପରେ ଦାଦା କାଳିଆ ଭୋଇ ଓ ତାଙ୍କ ସ୍ତ୍ରୀ ପୁଲିସ ନିକଟରେ ଆତ୍ମସର୍ମପଣ କରିଛନ୍ତି।