October 18, 2024

ଜମ୍ମୁ-କଶ୍ମୀରରେ ଚାଲିବ ଏନସି-କଂଗ୍ରେସ ମେଣ୍ଟ ରାଜୁତି

1 min read

ଜମ୍ମୁ-କଶ୍ମୀର: ଦୀର୍ଘ ୧୦ ବର୍ଷ ପରେ ଜମ୍ମୁ-କଶ୍ମୀରରେ ହେଲା ନିର୍ବାଚନ। ବିଧାନସଭା ନିର୍ବାଚନରେ ବାଜି ମାରିଛି ଏନସି-କଂଗ୍ରେସ ମେଣ୍ଟ। ଏବେ ଜମ୍ମୁ-କଶ୍ମୀରରେ ଚାଲିବ ମେଣ୍ଟ ରାଜୁତି।

ଧାରା ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ-କଶ୍ମୀରରେ ହୋଇଛି ପ୍ରଥମ ବିଧାନସଭା ନିର୍ବାଚନ। ଏହି ନିର୍ବାଚନ ବେଳେ ଦେଖିବାକୁ ମିଳିଥିଲା ମହାମୁକାବୁଲା। ଜମ୍ମୁ-କଶ୍ମୀରର ୯୦ ଆସନରୁ ୪୮ଟିରେ ବିଜୟ ହାସଲ କରିଛି ନାସନାଲ କନଫରେନ୍ସ (ଏନସି) ଏବଂ କଂଗ୍ରେସ ମେଣ୍ଟ। ଏହି କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଥମ ମୁଖ୍ୟମନ୍ତ୍ରୀ ହେବେ ନାସନାଲ କନଫରେନ୍ସର ଓମାର ଅବଦୁଲ୍ଲା।

ଜମ୍ମୁ-କଶ୍ମୀର ବିଧାନସଭା ନର୍ବାଚନରେ କଂଗ୍ରେସ ୩୨ଟି ଆସନରେ ଲଢ଼ିଥିବାବେଳେ ନାସନାଲ କନଫରେନ୍ସ ୫୧ଟି ଆସନରେ ଲଢୁଥିଲା । ଏହା ବ୍ୟତୀତ ୭ଟି ଆସନରେ ଏହି ଦୁଇଦଳ ଫ୍ରେଣ୍ଡଲି ଫାଇଟ କରୁଥିଲେ। ବନିହାଲ, ଡୋଡା, ଭଦ୍ରବାହ, ନଗରୋଟା, ସେପୋର, ବାରମୁଲା ଏବଂ ଦେବସର ପରି ଆସନରେ ଉଭୟେ ପ୍ରାର୍ଥୀ ଦେଇଥିଲେ। ଏଠାରେ ତିନୋଟି ପର୍ଯ୍ୟାୟରେ ମତଦାନ ହୋଇଥିଲା। ତିନୋଟି ପର୍ଯ୍ୟାୟକୁ ମିଶାଇଲେ ମୋଟ ୬୩.୪୫ ପ୍ରତିଶତ ମତଦାନ ହୋଇଥିଲା। ଜମ୍ମୁ-କଶ୍ମୀରରେ ନାସନାଲ କନଫରେନ୍ସ ୪୨ଟି ଆସନରେ ଜିତିଥିବାବେଳେ କଂଗ୍ରେସକୁ ମିଳିଛି ୬ ଆସନ। ସେହିପରି ବିଜେପି ୨୯ଟି ଆସନ ଅକ୍ତିଆର କରିଥିବାବେଳେ ସ୍ଵାଧୀନ ୭ଟି ଓ ପିଡିପି ୩ଟି ଆସନ ହାତେଇବାରେ ସକ୍ଷମ ହୋଇଛି।