September 16, 2024

ନାସାର ବୈଜ୍ଞାନିକମାନେ ଏଭଳି ଆଶ୍ଚର୍ଯ୍ୟକର ମତ

1 min read

ପିଲାଦିନେ ବିଦ୍ୟାଳୟରେ ସମସ୍ତଙ୍କୁ ପଢାଯାଉଥିଲା ଯେ ସୂର୍ଯ୍ୟ ଚାରିପଟେ ପୃଥିବୀ ପରିକ୍ରମା କରେ । ଯାହା ଫଳରେ ଦିନରାତି ହୋଇଥାଏ । ମାତ୍ର ବୈଜ୍ଞାନିକମାନଙ୍କ ପରିଭାଷା କିଛି ଭିନ୍ନ କୁହେ ଏହାକୁ ନେଇ । ସେମାନଙ୍କ କହିବାନୁସାରେ, ପ୍ରକୃତରେ ସୂର୍ଯ୍ୟ ଚାରିପେଟ ପୃଥିବୀ ବୁଲି ନ ଥାଏ । ନାସାର ବୈଜ୍ଞାନିକମାନେ ଏଭଳି ଆଶ୍ଚର୍ଯ୍ୟକର ମତ ରଖିଛନ୍ତି ।

ନାସାର ମତ ଅନୁସାରେ, ସୌରମଣ୍ଡଳରେ ପୃଥିବୀର ଗତିର ଅନୁଧ୍ୟାନ କରି ସେମାନେ ଏଭଳି ହେଉ ନ ଥିବା କହିଛନ୍ତି । ସୌରମଣ୍ଡଳରେ ସୂର୍ଯ୍ୟ ସବୁଠୁ ବଡ ପିଣ୍ଡ ଓ ବୃହସ୍ପତିଠୁ ଏହା ୧୦୪୮ ଗୁଣ ବଡ । ଖୋଗଲିକ ବସ୍ତୁ ଉପରେ ପୃଥିବୀର ଗୁରୁତ୍ୱବଳ କମ କିମ୍ବା ବେଶୀ ବୋଲି ଧରାଯାଇଥାଏ ।

ନାସାର କହିବାନୁସାରେ, କେପ୍ଲରଙ୍କ ତୃତୀୟ ନିୟମ ଦୁଇଟି ବସ୍ତୁର ବୁଲିବାକୁ ସୂଚିତ କରେ । ସେମାନେ ପରସ୍ପର ଗୋଟିଏ ଅନ୍ୟର ଚାରିପଟେ ବୁଲି ଥାଆନ୍ତି । ସେମାନଙ୍କ ମଧ୍ୟରେ ପାରସ୍ପରିକ ସମ୍ବନ୍ଧ ଥାଏ । ଗୋଟିଏ ବଡ ତାରାର ଚତୁଃପାଶ୍ୱର୍ରେ ବା କକ୍ଷରେ ଗୋଟିଏ ଛୋଟ ତାରା ଚକ୍କର ଲଗାଇଥାଏ । ମାତ୍ର ଉଭୟ ତାରା ଗୋଟିଏ ବାସ୍ତବ ଭାରର କେନ୍ଦ୍ରରେ ପରିଭ୍ରମଣ କରନ୍ତି । ଯଦିବା ପ୍ରତ୍ୟେକ ବସ୍ତୁର ଆକାର ଭିନ୍ନ ଥାଏ । ଯାହାକୁ ବୈରିସେଣ୍ଟର କୁହାଯାଏ । ଏହା ହିଁ ସତ୍ୟ ଅଟେ ବୋଲି ନାସା ଜଣାଇଛି । ଏହାକୁ ପାଥେୟ କରି ନାସା ଆହୁରି କହିଛି ଯେ ବାସ୍ତବରେ ଦେଖିବାକୁ ଗଲେ ପୃଥିବୀ ଗୋଟିଏ ବୈରିସେଣ୍ଟରର ପରିକ୍ରମା କରେ , ସୂର୍ଯ୍ୟର ନୁହେଁ ।

Leave a Reply

Your email address will not be published. Required fields are marked *