ମା’ ଦକ୍ଷିଣକାଳୀଙ୍କ ଦଣ୍ଡଯାତ୍ରା
1 min read
ଗଞ୍ଜାମ: ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇଥିବା ଗଞ୍ଜାମ ଜିଲା ପ୍ରସିଦ୍ଧ ମା’ କାଳୀଙ୍କ ଦଣ୍ଡଯାତ୍ରା ପର୍ବ ଆସନ୍ତା ମେରୁ ସଂକ୍ରାନ୍ତିରେ ଶେଷ ହେବ। ବିଭିନ୍ନ ଗ୍ରାମର ଦଣ୍ଡୁଆମାନେ ମା’ କାଳୀଙ୍କ ଘଟଧାରୀ ମାନସିକଧାରୀ ଦୁଆରେ ଦଣ୍ଡନାଟ ପରିବେଷଣ କରୁଛନ୍ତି। ଗୁରୁବାର ଗଞ୍ଜାମ ମା’ ଦକ୍ଷିଣକାଳୀଙ୍କ ଦଣ୍ଡଯାତ୍ରା ଜୟଶ୍ରୀ ଛକରେ ଅନୁଷ୍ଠିତ ହୋଇଥିଲା। ଜେସିଏଲ୍ ଛକ କମିଟି ପକ୍ଷରୁ ସାନବଜାରରୁ ମା’ଙ୍କୁ ନିମନ୍ତ୍ରଣ କରି ଜୟଶ୍ରୀ ଛକ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ। ସେଠାରେ ମା’ଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ପୂର୍ବାହ୍ନରେ ଦଣ୍ଡୁଆମାନଙ୍କ ଦ୍ୱାରା ଧୂଳିଦଣ୍ଡ ବିଧାନ ଅନୁଷ୍ଠିତ ହୋଇଥିଲା l ଧୂଳିଦଣ୍ଡ ଭକ୍ତଙ୍କୁ ଆକୃଷ୍ଟ କରିଛି l ସନ୍ଧ୍ୟାରେ ମା’ଙ୍କ ଆଳତି ଏବଂ ରାତିରେ ମା’ଙ୍କ ସମ୍ମୁଖରେ ସାମାଜିକ ନାଟକ ମଞ୍ଚସ୍ଥ ହେବ। ଏହାକୁ ଛକ କମିଟି ସଦସ୍ୟ ବୃନ୍ଦାବନ ରାଉଳ, ରାକେଶ ରଞ୍ଜନ ଦାସ, ରଞ୍ଜିତ ତରାଇ, ଗନ୍ଧର୍ବ ସାହୁ,ବିଜୟ ସାହୁ, ଚି଼ଙ୍କୁ ଜେନା, ପପୁନ ସାହୁ,ମିଟୁ ପଲାଇ, କlମା ରେଡିଙ୍କ ସମେତ ଅନ୍ୟମାନେ ସହଯୋଗ ପରିଚାଳନା କରିଥିଲେ। ଆସନ୍ତା ୧୪ରୁ ମେରୁ ପର୍ଯ୍ୟନ୍ତ ମା’ ଦଣ୍ଡକାଳୀ ଗାଁ ଗାଁ ବୁଲି ମାନସିକଧାରୀଙ୍କ ଦାଣ୍ଡରେ ଦଣ୍ଡବିଧାନ କରିବେ ଦଣ୍ଡ ନାଟ ପରିଚାଳନା କମିଟି ପକ୍ଷରୁ କୁହାଯାଇଛି l