April 19, 2025

ବିରେନ୍ଦ୍ରନାଥ ପଟ୍ଟନାୟକଙ୍କ ନେତୃତ୍ୱରେ ଭୁବନେଶ୍ୱରରେ ଶତାଧିକ କର୍ମୀଙ୍କ ପ୍ରତିବାଦ

1 min read

ଭୁବନେଶ୍ୱର,୨୭/୩(ନିପ୍ର) : ମହିଳା ନିର୍ଯ୍ୟାତନାର ସମସ୍ୟାକୁ ନେଇ ଓଡିଶା ପ୍ରଦେଶ କଂଗ୍ରେସ ଭୁବନେଶ୍ୱର ପକ୍ଷରୁ କଂଗ୍ରେସ ଭବନ ଠାରୁ ଲୋୟର ପିଏମଜି ଛକ ପର୍ଯ୍ୟନ୍ତ ଏକ ବିଶାଳ ପ୍ରତିବାଦ ରାଲିର ଆୟୋଜନ କରାଯାଇଥିଲା । ଗୃହରେ ଚଳିତ ବିଧାନସଭା ଅଧିବେଶନରେ ‘ମହିଳା ନିର୍ଯାତନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବୟାନ ଓ ହାଉସ୍ କମିଟି ଗଠନ’ ଦାବିରେ କଂଗ୍ରେସ ଗୃହ ଭିତରେ ତା’ର ପ୍ରତିବାଦ ଜାରି ରଖିଥିଲା । କଂଗ୍ରେସ ବିଧାୟକମାନେ ନିଜର ଦାବି ପୂରଣ ପାଇଁ ଭିନ୍ନ ଭିନ୍ନ ଢଙ୍ଗରେ ପ୍ରତିବାଦ ଜାରି ରଖିଥିଲେ । କେତେବେଳେ କଳା ପୋଷାକ ତ କେବେ ଘଂଟ, ଗିନି ବଜାଇ ପ୍ରତିବାଦ କରିଥିଲେ ।

୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସରୁ ହୋଇଥିବା ପ୍ରାର୍ଥୀ ବିରେନ୍ଦ୍ରନାଥ ପଟ୍ଟନାୟକଙ୍କ ନେତୃତ୍ୱରେ ରାଉରକେଲାରୁ ଶତାଧିକ କର୍ମୀମାନଙ୍କ ସହ ଭୁବନେଶ୍ୱର ଠାରେ ପ୍ରତିବାଦ କରିଥିଲେ । ବିଗତ ନଅ ମାସ ହେବ ମହିଳା ନିର୍ଯ୍ୟାତନା ସମସ୍ୟା ବହୁତ ବଢିଯାଇଛି । କଂଗ୍ରେସ ଦ୍ୱାରା ହାଉସ କମିଟି ଗଠନ କରିବାକୁ କୁହାଯାଇଥିବା ବେଳେ ଗୃହରେ କମିଟି ଗଠନ ପାଇଁ ସରକାର କୌଣସି ପଦକ୍ଷେପ ନେଇନାହାଁନ୍ତି । ରାଜ୍ୟରେ ଆଇନ୍ ଶୃଙ୍ଖଳା ଠିକ୍ ନାହିଁ ପୋଲିସମାନଙ୍କୁ ବିରୋଧୀ ଦମନରେ ଲଗାଇଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି । ପ୍ରଭା ଖାଲକୋ ନାରୀ ଆଜି ପ୍ରଦେଶରେ ସୁରକ୍ଷିତ ନୁହେଁ । କୁଚିଣ୍ଡା ତା’ର ଜ୍ୱଳନ୍ତ ଉଦାହରଣ । ନାରୀକୁ ସମ୍ମାନ ବିଜେପି ସରକାର କହୁଥିବା ବେଳେ, ନାରୀ ସୁରକ୍ଷାରେ ଫେଲ ମାରିଛି । ତେଣୁ ଆମେ ଏହି ପ୍ରତିବାଦ ମାଧ୍ୟମରେ ସରକାରଙ୍କୁ ନିଦରୁ ଉଠାଇବାକୁ ଚେଷ୍ଟା କରୁଛୁ ବୋଲି ପୂର୍ବତନ ସରପଂଚ ଓ ସମାଜସେବୀ ପ୍ରଭା ଖାଲକୋ ପ୍ରକାଶ କରିଛନ୍ତି ।