February 4, 2025

ଭତ୍ତା ବଢାଇଲେ ମୋହନ ସରକାର, ଏଣିକି ଏମାନଙ୍କୁ ମାସକୁ ମିଳିବ

1 min read

ଭୁବନେଶ୍ୱର: ଭତ୍ତା ବଢାଇଲେ ଓଡ଼ିଶା ସରକାର। ଏମାନଙ୍କ ପାଇଁ ବଡ଼ ଖୁସି ଖବର। ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ସରକାର ଦେଲେ ବଡ଼ ଭେଟି । ବଢିଲା ଭତ୍ତା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ବଡ଼ ଘୋଷଣା କରାଯାଇଛି । କେବଳ ଭତ୍ତା ନୁହେଁ ବରଂ ଘରଭଡା ସହ ମେଡିକାଲ ଖର୍ଚ୍ଚ ବି ବହନ କରିବେ ସରକାର ।

ଓଡ଼ିଶା ସରକାରଙ୍କ ପକ୍ଷରୁ ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଭତ୍ତା ଯୋଗାଇଦିଆଯିବ । ଡାଏଟ ଭତ୍ତା ୯୦୦ ଟଙ୍କାରୁ ୧୪୦୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ମୋଟରସାଇକେଲ ଭତ୍ତା ୩୦୦ରୁ ୧୦୫୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିଭଳି ମୋବିଲିଟି ଭତ୍ତା ୧୫୦ରୁ ୩୦୦କୁ ବଢାଇଦିଆଯାଇଛି । କର୍ମଚାରୀଙ୍କୁ ମିଳୁଥିବା ରିସ୍କ ଭତ୍ତା ୪୦୦ରୁ ବୃଦ୍ଧି କରାଯାଇ ୧୦୦୦ ଟଙ୍କା ପ୍ରଦାନ କରାଯିବ । ଏନେଇ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାଦ୍ୱାରା ୬୦୫୮ ଅଗ୍ନିଶମ କର୍ମଚାରୀ ଉପକୃତ ହେବେ।