March 12, 2025

‘ମୋ ବସ’ର ନାମ ପରିବର୍ତ୍ତନ କରାଯାଇ ‘ଆମ ବସ’ ହେବ

1 min read

ଭୁବନେଶ୍ୱର: ‘ମୋ ବସ’ର ନାମ ପରିବର୍ତ୍ତନ କରାଯାଇ ‘ଆମ ବସ’ ହେବ ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ‘ମୋ ବସ’ ଏକ ଅହଂକାର ଶବ୍ଦ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ମୋହନ ସରକାର ଲୋକଙ୍କ ସରକାର, ଆମର କହିବା ଠିକ ହେବ। ଦୁର୍ଘଟଣା ରୋକିବାକୁ ବସର ଆଗରେ ଓ ପଛରେ କ୍ୟାମେରା ଲାଗିବ। ଡ୍ରାଇଭର ଆଲର୍ଟ ରହିବା ପାଇଁ ବସରେ ଆଡସ ମଧ୍ୟ ଲାଗିବ। ଯଦି ଡ୍ରାଇଭରଙ୍କ ଆଖି ଲାଖିଯାଏ ତାହେଲେ ସାଇରନ ମଧ୍ୟ ବାଜିବ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରକାଶ କରିଛନ୍ତି।