October 18, 2024

ସାଇବର ସୁରକ୍ଷା ଉପରେ ଶିକ୍ଷା ମନ୍ତ୍ରଣାଳୟର କର୍ମଶାଳା

1 min read

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ମାନସିକ ସ୍ୱାସ୍ଥ୍ୟ ଓ ସାଇବର ନିରାପତ୍ତା ଉପରେ ଏକ ଜାତୀୟ ଅନଲାଇନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ଦିଲ୍ଲୀ ଏମ୍ସର ମାନସିକ ରୋଗ ବିଭାଗର ପ୍ରଫେସର ଡାକ୍ତର ରାଜେଶ ସାଗର ଏବଂ ସାଇବର ସୁରକ୍ଷା ଉପରେ ଦୁଇଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା। କର୍ମଶାଳାକୁ ୟୁଟ୍ୟୁବରେ ସିଧା ପ୍ରସାରଣ କରାଯାଇଥିଲା, ଯାହା ସାରା ଦେଶରେ ୨୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ପାଖରେ ପହଞ୍ଚିଥିଲା।

ଡିଓଏସଇଏଲର ଅତିରିକ୍ତ ଶାସନ ସଚିବ ବିପିନ କୁମାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ମାନସିକ ସୁସ୍ଥତା ଏବଂ ଇଣ୍ଟରନେଟର ସୁରକ୍ଷିତ ଉପଯୋଗ ଉପରେ ଆଲୋକପାତ କରିଥିଲେ। ଆଜିର ଡିଜିଟାଲ ଯୁଗରେ ମାନସିକ ସ୍ୱାସ୍ଥ୍ୟ ଆହ୍ୱାନର ସମ୍ଭାବ୍ୟ ପ୍ରତିକୂଳ ପ୍ରଭାବକୁ ହ୍ରାସ କରିବା ପାଇଁ ପ୍ରାରମ୍ଭିକ ହସ୍ତକ୍ଷେପ ର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଯୁଗ୍ମ ସଚିବ ଅର୍ଚ୍ଚନା ଶର୍ମା ଅବସ୍ଥି ଛାତ୍ରଛାତ୍ରୀଙ୍କ କଲ୍ୟାଣକୁ ପ୍ରାଥମିକତା ଦେବା ପାଇଁ ଜାତୀୟ ଶିକ୍ଷା ନୀତି ୨୦୨୦ର ପ୍ରତିବଦ୍ଧତାକୁ ଦୃଢ଼ୀଭୁତ କରିଥିଲେ। ସେ ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀମାନଙ୍କ ପାଇଁ ମାନସିକ ସ୍ୱାସ୍ଥ୍ୟର ମହତ୍ତ୍ୱ ଉପରେ ଆଲୋକପାତ କରିବା ସହ ଉତ୍ତମ ମାନସିକ ସ୍ୱାସ୍ଥ୍ୟ ବଜାୟ ରଖିବା ଏବଂ ସାଇବର ଅପରାଧର ଶିକାର ହେବାରୁ ନିଜକୁ ରୋକିବା ପାଇଁ ବିଶେଷଜ୍ଞମାନଙ୍କ ଦ୍ୱାରା ଦିଆଯାଇଥିବା ପରାମର୍ଶକୁ ଧ୍ୟାନର ସହ ଶୁଣିବା ଏବଂ ଅନୁସରଣ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ।
ଡାକ୍ତର ରାଜେଶ ସାଗର ମାନସିକ ଚାପ, ଚିନ୍ତା ଏବଂ ଅବସାଦ ଭଳି ମାନସିକ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ମୂଲ୍ୟବାନ ସୂଚନା ପ୍ରଦାନ କରିଥିଲେ। ୧୪ ବର୍ଷ ବୟସ ପୂର୍ବରୁ ପ୍ରାୟ ୫୦% ମାନସିକ ସ୍ୱାସ୍ଥ୍ୟ ରୋଗ ଦେଖାଦେଇଥାଏ ଏବଂ ଶୀଘ୍ର ହସ୍ତକ୍ଷେପ ପାଇଁ ସେ ପରାମର୍ଶ ଦେଇଥିଲେ।

କର୍ମଶାଳାରେ ନବୋଦୟ ବିଦ୍ୟାଳୟ ସମିତି, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ, କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ସିବିଏସ୍ଇ ଓ ରାଜ୍ୟ ସରକାରୀ ବିଦ୍ୟାଳୟର ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇଥିଲା ଏବଂ ଏହା ସଙ୍ଗେ ସଙ୍ଗେ ସାଙ୍କେତିକ ଭାଷାରେ ଉପସ୍ଥାପିତ ହୋଇଥିଲା। ଏକ ସୁରକ୍ଷିତ ଏବଂ ସୁସ୍ଥ ଶିକ୍ଷାଗତ ପରିବେଶ କୁ ପ୍ରୋତ୍ସାହିତ କରିବା ପାଇଁ ଏକ ସାମୂହିକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରି ଏହି ପଦକ୍ଷେପକୁ ଉପସ୍ଥିତ ଲୋକଙ୍କ ଠାରୁ ବ୍ୟାପକ ପ୍ରଶଂସା ମିଳିଥିଲା।