March 12, 2025

ଶୁକ୍ରବାରଠାରୁ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା

1 min read

ଭୁବନେଶ୍ଵର: ଓଡ଼ିଶାରେ ଆଜି, ଶୁକ୍ରବାରଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ଚଳିତ ବର୍ଷ ରାଜ୍ୟରେ ମୋଟ ୫ ଲକ୍ଷ ୨୨ ହଜାର ୩୩୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଫେବ୍ରୁଆରି ୨୧ ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ଆସନ୍ତା ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବ।

ଶୁକ୍ରବାର ସକାଳ ୯ଟାରୁ ଆରମ୍ଭ ହୋଇଛି ପରୀକ୍ଷା। ପରୀକ୍ଷା ସୁପରିଚାଳନା ଲାଗି ଏଥର ଚାରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ଥର ୬୦୦ ପରୀକ୍ଷା କେନ୍ଦ୍ରରୁ ଲାଇଭ୍ ଷ୍ଟ୍ରିମିଙ୍ଗ ବ୍ୟବସ୍ଥା ହୋଇଛି।

ଶୁକ୍ରବାର ସକାଳ ୭ଟାରେ ପରୀକ୍ଷା କେନ୍ଦ୍ର ଗେଟ ଖୋଲା ଯାଇଥିଲା। ପରେ କଡ଼ା ସୁରକ୍ଷାବଳୟ ଭିତରେ ସକାଳ ୮ଟାରେ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିଥିଲା। ପ୍ରଥମ ଦିନରେ ମାତୃଭାଷା ଓଡ଼ିଆ ବିଷୟ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ। ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ଦିନ ୧୧ଟା ଯାଏଁ ଚାଲିବ।

ଚଳିତ ଥର ପ୍ରଶ୍ନପତ୍ର ଲିକ୍ ରୋକିବା ନିମନ୍ତେ ବିଶେଷ ଧ୍ୟାନ ଦିଆଯାଇଛି। ଏଥର ପ୍ରଶ୍ନପତ୍ରରେ ସିରିଏଲ୍ ନମ୍ବର ଓ କ୍ୟୁଆର କୋଡ୍ ବ୍ୟବସ୍ଥା କରାଯାଇଛି। ଫଳରେ ପ୍ରଶ୍ନପତ୍ର ଭାଇରାଲ ହେଲେ ଏହା କେଉଁ ସେଣ୍ଟରରୁ ଲିକ୍ ହୋଇଛି ତାହା ଜଣାପଡ଼ିଯିବ।

ରାଜ୍ୟରେ ଆଜିଠାରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।