September 19, 2024

ରଜଧାନୀରେ ୨ଟି ଆପାର୍ଟମେଣ୍ଟରୁ ବଡ଼ ଧରଣର ଲୁଟ

1 min read

ଭୁବନେଶ୍ବର: ଆପାର୍ଟମେଣ୍ଟରୁ ବଡ଼ ଧରଣର ଲୁଟ । ବାରଙ୍ଗ ଥାନା ଅଞ୍ଚଳରେ ମାତିଲେ ଆପାର୍ଟମେଣ୍ଟ ଲୁଟେରା । ଚନ୍ଦକା ଥାନା ଅଧିନ ୨ଟି ଆପାର୍ଟମେଣ୍ଟରୁ ବଡ଼ ଧରଣର ଲୁଟ ହୋଇଛି । ଆକ୍ରୋପଲିସ ଆପାର୍ଟମେଣ୍ଟରେ ରେ ରହୁଥିବା ପୂର୍ବତନ ଚିଫ୍ ସାଇଣ୍ଟିଷ୍ଟଙ୍କ ଘରୁ ୫୦ ଭରି ସୁନା ଅଳଙ୍କାର ସମେତ ୪୦ରୁ ଉର୍ଦ୍ଧ୍ବ ରୂପା ମୁଦ୍ରା ସହ ନଗଦ ୧୦ ହଜାର ଟଙ୍କା ଲୁଟ୍ କରିଛନ୍ତି ଦୁର୍ବୃତ୍ତ । ନ୍ୟାସନାଲ ମେଟାଲର୍ଜିକାଲ ଲାବରେଟୋରୀର ପୂର୍ବତନ ଚିଫ୍ ସାଇଣ୍ଟିଷ୍ଟ ନାରାୟଣ ପରିଡାଙ୍କ ଘରୁ ଏହି ଲୁଟ ହୋଇଛି । ସେ ଜୁଲାଇ ମାସରେ ନିଜ ପୁଅ ପାଖକୁ ୟୁରୋପ ଯାଇଥିବାବେଳେ ତାଙ୍କ ଘର ବନ୍ଦ ରହିଥିଲା । ଏହାର ସୁଯୋଗ ନେଇ ଘରେ କଳାକନା ବୁଲାଇଛନ୍ତି ଦୁର୍ବୁତ୍ତ । ଏହି ଚୋରି ସେପ୍ଟେମ୍ବର ୧୨ ତାରିଖ ରାତିରେ ହୋଇଥିବା ଜଣାପଡିଛି ।ସେପ୍ଟେମ୍ବର ୧୧ ତାରିଖ ରାତିରେ ଚୋରି ହୋଇଛି। ୧୩ ତାରିଖରେ ଘର ତାଲା ଭାଙ୍ଗିଥିବା ଦେଖିଥିଲେ କେୟାର ଟେକର। ଆଜି ୟୁରୋପରୁ ଆସି ଏହି ଘଟଣା ଦେଖି ଚନ୍ଦକା ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକେ ।

ସେହିପରି ବାରଙ୍ଗ ଥାନା ତ୍ରିଶୁଳିଆ ସ୍ଥିତ ଶାନ୍ତି ଭବନ ଆପାର୍ଟମେଣ୍ଟର ଫ୍ଲାଟ୍ ନମ୍ବର ବି୨୦୪ରେ ରହୁଥିବା ଷ୍ଟିଲ ପ୍ଲାଣ୍ଟ ଅଧିକାରୀ ଡି.କେ. ମହାପାତ୍ରଙ୍କ ଘରୁ କବାଟ କବଜା କାଟି ୩୦ ଭରି ସୁନା ଲୁଟ୍ କରିବା ପରେ ପାଖରେ ଥିବା ଡିଅନସ୍ ରିଭର୍ ଫ୍ରଣ୍ଟରେ ପଶିଥିଲେ ଲୁଟେରା । ସେଠାରେ ଥିବା ଫ୍ଲାଟ୍ ନମ୍ବର ଏଚ୍‌୨୦୨ରୁ ମଧ୍ୟ ଲୁଟପାଟ କରିଥିବା ସୂଚନା ମିଳିଛି । ଲୁହା ରଡ଼ ଏବଂ ମାରଣାସ୍ତ୍ର ଧରି ୪ ଜଣ ଲୁଟେରା ଦୁଇଟି ଆପାର୍ଟମେଣ୍ଟରେ ସିରିଜ ଲୁଟ୍ କରୁଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବା ବେଳେ ଖବର ପାଇ ବାରଙ୍ଗ ଥାନା ପୋଲିସ ଦୁଇଟି ଜାଗାରେ ସ୍ପେଶାଲ ଟିମ୍, ଡଗ୍ ସ୍କ୍ୱାଡ୍ ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତନାଘନା କରିଛନ୍ତି ।

ରାଜଧାନୀରେ ବାରମ୍ବାର ଆପାର୍ଟମେଣ୍ଟରୁ ଲୁଟକୁ ନେଇ ତାତିଛନ୍ତି ଆପାର୍ଟମେଣ୍ଟ ଅନ୍ତେବାସୀ । ଏହି ଘଟଣାରେ ରାସ୍ତାରେ ଧାରଣାରେ ବସିଛନ୍ତି ଆପାର୍ଟମେଣ୍ଟ ବାସୀ ।

Leave a Reply

Your email address will not be published. Required fields are marked *