September 19, 2024

ହାଟ୍ରିକ୍ ପଦକରୁ ଅଳ୍ପକେ ବଞ୍ଚିତ ହେଲେ ମନୁ ଭାକର

1 min read

ପ୍ୟାରିସ ଅଲିମ୍ପିକ୍ସରେ ନିଜର ତୃତୀୟ ତଥା ହାଟ୍ରିକ୍ ପଦକ ହାତଛଡ଼ା କରିଛନ୍ତି ଭାରତୀୟ ସୁଟର ମନୁ ଭାକର। ସେ ସୁଟିଂର ମହିଳା ୨୫ ମିଟର ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ଚତୁର୍ଥ ସ୍ଥାନରେ ରହି ପଦକରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହା ପୂର୍ବରୁ ସେ ଚଳିତ ଅଲିମ୍ପିକ୍ସରେ ୨ଟି ବ୍ରୋଞ୍ଜ ପଦକ ହାସଲ କରିଥିଲେ।

୨୫ ମିଟର ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ମନୁ ଭାକର ୨୮ ପଏଣ୍ଟ ସ୍କୋର କରିଥିଲେ। ସେ ତୃତୀୟ ସ୍ଥାନ ପାଇଁ ହୋଇଥିବା ଏଲିମିନେସନରେ ବାହାର ହୋଇଯାଇଥିଲେ। ଏହି ଇଭେଣ୍ଟରେ ଦକ୍ଷିଣ କୋରିଆର ଜିନ ୟାଙ୍ଗ ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ। ସେହିପରି ଫ୍ରାନ୍ସର କ୍ୟାମିଲି ଜେଡର ଜ୍ଵିସ୍କି ରୌପ୍ୟ ଏବଂ ହଙ୍ଗେରୀର ଭେରୋନିକା ମେଜର ବ୍ରୋଞ୍ଜ ପଦକ ହାସଲ କରିଥିଲେ।

ଚଳିତ ଅଲିମ୍ପିକ୍ସରେ ୨୨ ବର୍ଷୀୟ ମନୁ ଭାକର ଏହାପୂର୍ବରୁ ୧୦ ମିଟର ଏୟାର ପିସ୍ତଲ ବ୍ୟକ୍ତିଗତ ଓ ମିକ୍ସଡ ଟିମ୍ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଭାରତର ପ୍ରଥମ ମହିଳା ଭାବେ ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ବ୍ରୋଞ୍ଜ ପଦକ ହାସଲ କରି ସେ ଇତିହାସ ରଚିଥିଲେ।

Leave a Reply

Your email address will not be published. Required fields are marked *