September 8, 2024

ଲୋୟର ସୁକତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

1 min read

ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତଙ୍କ ଘରେ ଗୁରୁବାର ଭିଜିଲାନ୍ସ ଚଢ଼ାଉ କରାଯାଉଛି। ଏକକାଳୀନ ୯ଟି ଜାଗାରେ ଭିଜିଲାନ୍ସ ଚଢ଼ାଉ କରିଛି। ଭୁବନେଶ୍ବର, ପୁରୀ, ଅନୁଗୁଳ, କଟକ,ବଲାଙ୍ଗିର ବାସଭବନ ଓ ଅଫିସରେ ଚଢ଼ାଉ ହୋଇଛି । ଭୁବନେଶ୍ୱର ନିଳାଦ୍ରୀ ବିହାରରେ ଥିବା ଘର, ନୟାପଲ୍ଲୀରେ ତାଙ୍କ ଘର ଓ ସମ୍ପର୍କୀୟଙ୍କ ଘର ଓ ପୁରୀରେ ଥିବା ୨ଟି ଘର ସମେତ ବଲାଙ୍ଗୀର ବାସଭବନ ଓ କାର୍ୟ୍ୟାଳୟରେ ଚଢ଼ାଉ କରିଛି ଭିଜିଲାନ୍ସ। ସେହିପରି କଟକ ଗୁରୁଡ଼ିଝାଟିଆରେ ଥିବା ପୈତୃକ ବାସଭବନ ଓ ଅନୁଗୁଳ କିଶୋରନଗରରେ ଥିବା ତାଙ୍କ ପୁଅଙ୍କ ଘରେ ଜାରିରହିଛି ରେଡ।

Leave a Reply

Your email address will not be published. Required fields are marked *