ରାସ୍ତା କାମ ନିମ୍ନମାନର ପିଚୁ ଉଠି ଗଲାଣି ଯନ୍ତ୍ରୀଙ୍କ ଅନୁପସ୍ଥିତରେ ଚାଲିଛି କାମ ଅଭିଯୋଗ !
1 min readଗୋଲାମୁଣ୍ଡା,୧୪/୧(ନି.ପ୍ର ) : କଲାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖଲିଆପାଲି ଠାରୁ ସନଚେରଗାଁ ରାସ୍ତା କାମ ନିମ୍ନ ମାନର କାମ ହେଉଥିବା ଗ୍ରାମବାସୀଙ୍କ ଅଭିଯୋଗ ହେଉଛି। ଏହି ରାସ୍ତା କାମଟି ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ହେଉଥିବା ବେଳେ ତାର ଅଟକଳ ପରିମାଣ କୋଣସି ସୂଚନା ଫଳକରେ ଦର୍ଶାଯାଇ ନାହିଁ । କନିଷ୍ଠ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ କାମ ସମ୍ପାଦନ ହେଉଥିବାରୁ ନିମ୍ନ ମାନର କାମ କରାଯାଇ ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏପଟେ କାମ ଚାଲୁଛି ସେପଟେ ପିଚୁ ସ୍ତରସ୍ତର ହୋଇ ଉଠି ଯାଉଥିବା ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି ।
ନିମ୍ନ ମାନର କାମକୁ ନେଇ ଅନେକ ଥର ଠିକାଦାରଙ୍କ ମୁନସୀଙ୍କୁ ଜଣାଇବା ସତ୍ୱେ ଓଲଟା ଗ୍ରାମବାସୀଙ୍କୁ ଧମକ ଦେଉଥିବା ଚର୍ଚ୍ଚାର ବିଷୟ ପାଲିଟିଛି । ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ନିମ୍ନମାନ କାମକରି ଟଙ୍କା ଆତ୍ମସାତ କରାଯାଉଛି କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଆଶୀଷ ସେଠିଙ୍କୁ ଫୋନ୍ କଲେ ଫୋନ୍ ଉଠାଉ ନଥିବା ବେଳେ ସହକାରୀ ଯନ୍ତ୍ରୀ ରାଜିନ୍ଦ୍ର ମାଝୀ ମଧ୍ୟ ଫୋନ ଉଠାଉ ନାହାନ୍ତି । ଏହି ନିମ୍ନ ମାନର କାମ ଉପରେ ଭିଜିଲାନ୍ସ ସ୍ତରୀୟ ତଦନ୍ତ କରିବା ପାଇଁ ସାନଚେରଗାଁ ଗ୍ରାମର ରଞ୍ଜିତ ନିଆଲ, ପୂର୍ଣ୍ଣ ନାଗ, ଜଗଦିଶ ବାଗ, ଅଖିଲ ନାଗ, ନନ୍ଦ ନାଗ, ପଦୁ ନାଗ, ଭୂଷଣ୍ଡ ନାଗ, ନାରାୟଣ ସାହୁ, ଜୟରାମ ମାଝୀ, ନାରାୟଣ ପ୍ରଧାନୀ,କୌତୁକ ହଂସ ,ମଧୁସୂଦନ ବାଗ ପ୍ରମୁଖ ଦାବୀ କରିଛନ୍ତି ।