ବଜ୍ରପାତ ନେଲା ୪ ଛାତ୍ରଙ୍କ ସହ ୮ ଜଣଙ୍କ ଜୀବନ
1 min readନୂଆଦିଲ୍ଲୀ: ଛତିଶଗଡ଼ରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଛି। ରାଜନନ୍ଦଗାଓଁ ଜିଲ୍ଲାର ଏକ ଗ୍ରାମ ନିକଟରେ ବଜ୍ରପାତ ଯୋଗୁ ୪ ଜଣ ସ୍କୁଲ୍ ଛାତ୍ରଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଜଣେ ଆହତ ହୋଇଛନ୍ତି। ଅପରାହ୍ନ ପ୍ରାୟ ୨ଟା ସମୟରେ ସୋମ୍ନି ଥାନା ଅଧୀନ ଜୋରାତରାଇ ଗ୍ରାମ ନିକଟରେ ଏହି ଅଘଟଣ ଘଟିଛି। ଲୋକମାନେ ଏକ ଗଛ ନିକଟରେ ଥିବା ସେଡ୍ ତଳେ ଆଶ୍ରୟ ନେଇଥିବାବେଳେ ବଜ୍ରପାତରେ ସେମାନଙ୍କ ମୃତ୍ୟୁ ହୋଇଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ସେମାନେ ପ୍ରବଳ ବର୍ଷା କାରଣରୁ ସେଡ୍ରେ ଆଶ୍ରୟ ନେଇଥିବାବେଳେ ବଜ୍ରପାତ ହୋଇଥିଲା। ୮ ମୃତକଙ୍କ ମଧ୍ୟରୁ ୪ ଜଣ ହେଉଛନ୍ତି ଏକାଦଶ ଶ୍ରେଣୀର ଛାତ୍ର। ଛାତ୍ରମାନେ ପରୀକ୍ଷା ଦେଇ ସ୍କୁଲରୁ ଘରକୁ ଫେରୁଥିଲେ। ପଞ୍ଚମ ବାଳକ ଜଣଙ୍କ ଜଣେ ଛାତ୍ରଙ୍କୁ ନେବାପାଇଁ ସ୍କୁଲ୍କୁ ଆସିଥିଲେ। ଆହତ ବ୍ୟକ୍ତିଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଖବର ପାଇ ବରିଷ୍ଠ ପ୍ରଶାସନିକ ଅଧିକ ଏବଂ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ। ମରଶରୀର ଗୁଡ଼ିକ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଯାଇଛି। ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଜିଲ୍ଲା ପ୍ରଶାସନ ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି।