November 21, 2024

ହାଟରେ ଯୋଗାଣ ବିଭାଗ ପକ୍ଷରୁ ଚଢ଼ାଉ

1 min read

ଭୁବନେଶ୍ୱର : ଆଳୁ ଦର ବୃଦ୍ଧିକୁ ନେଇ ଭୁବନେଶ୍ୱର ୧ ନମ୍ବର ହାତରେ ଯୋଗାଣ ବିଭାଗ ପକ୍ଷରୁ ହୋଇଛି ଅଚାନକ ଚଢ଼ାଉ | ଏହା ସହ ଷ୍ଟକ ଚେକ କରିଥିଲା ଟିମ୍। ଦରଦାମର ପୁରୁଣା ଷ୍ଟିକର ଲଗାଇଥିବା ବ୍ୟବସାୟୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ଚଢାଉ କରୁଥିବା ଟିମ୍ । ନିକଟରେ ଯୋଗାଣ ମନ୍ତ୍ରୀ କହିଥିଲେ ଦର ନିୟନ୍ତ୍ରଣ ରହିଛି। କିନ୍ତୁ ଏବେ ବି ବଜାରରେ ଖାଦ୍ୟ ସାମଗ୍ରୀର ଦର ଅଧିକ ରହିଛି। ତେବେ ଏହାକୁ ନେଇ ତାତିଲେ ଆଳୁ ବେପାରୀ। ପଚା ଆଳୁକୁ ରାସ୍ତା ଉପରେ ଫୋପାଡି କରିଛନ୍ତି ପ୍ରତିବାଦ। କୋଲକାତାରୁ ଆଳୁ ଆସିବା ବନ୍ଦ ହୋଇଯାଇଛି। ସେପଟେ ଯେଁଉ ଆଳୁ ଷ୍ଟକ୍ ଅଛି କିଛି ବସ୍ତାରେ ୫ କେଜିରୁ ଅଧିକ ପଚା ବାହାରୁଛି। ତେବେ ସରକାରୀ ଦରରେ ବିକ୍ରି କଲେ କ୍ଷତି ହେବ ବୋଲି ବେପାରୀ କହିଛନ୍ତି | ପ୍ରକୃତ ଅସୁବିଧା ନ ବୁଝି ଜୁଲୁମ କରୁଛି ଯୋଗାଣ ବିଭାଗ ବୋଲି ବେପାରୀ କରିଛନ୍ତି ଯଦି ଏଭଳି ସେମାନଙ୍କୁ ହଇରାଣ କରାଯିବ ତେବେ ସେମାନେ ବେପାର ବନ୍ଦ କରିଦେବେ ବୋଲି ଧମକ ଦେଇଛନ୍ତି।

ଅନ୍ୟପଟେ ଆଳୁ ଦରର ବୋଝ ଖାଉଟିଙ୍କ ଉପରୁ ନଯାଉଣୁ ଏବେ ବଜାରରେ ହୁ ହୁ ହୋଇ ବଢିଚାଲିଛି ପିଆଜ ଦର । ଅନେକ ସ୍ଥାନରେ ପିଆଜ କେଜି ପିଛା ୫୦ରୁ ୫୫ ଟଙ୍କା ଯାଏଁ ବିକ୍ରି ହେଉଛି । ଫଳରେ ସାଧାରଣ ଗ୍ରାହକ ନାହିଁନଥିବା ସମସ୍ୟା ଭୋଗୁଛନ୍ତି । ପରିବା ବଜାରରେ ହାତ ମାରି ହେଉନଥିବାରୁ ପରିବାର ଚଳାଇବା ଚିନ୍ତାରେ ଖାଉଟି ।

Leave a Reply

Your email address will not be published. Required fields are marked *