February 5, 2025

ରାଜ୍ୟରେ ଲ’ କମିସନ ଅଦରକାରୀ ଆଇନ ଖୋଜିବେ

1 min read

ଭୁବନେଶ୍ବର: ରାଜ୍ୟରେ ଲ’ କମିସନ ଅଦରକାରୀ ଆଇନ ଖୋଜିବେ। ସୁଶାସନ ପ୍ରତିଷ୍ଠା ପାଇଁ କମିସନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି । ଲ’ କମିସନରେ ଜଣେ ଆଇନ ଶିକ୍ଷା ପ୍ରଫେସରଙ୍କୁ ମଧ୍ୟ ସଦସ୍ୟ ଭାବେ ସାମିଲ କରାଯିବ।

ରାଜ୍ୟକୁ କମିସନଙ୍କର ଆବଶ୍ୟକତା ଥିଲା। ୨୦୧୮ ମସିହା ପରଠାରୁ ଏଭଳି କରିବାକୁ ରାଜ୍ୟ ସରକାର ଉଚିତ ମଣି ନ ଥିଲେ। ଏବେ ଏହି କମିସନ ରାଜ୍ୟର ବିଭିନ୍ନ ନୀତି ନିୟମର ତର୍ଜମା କରିବେ।

ଦରକାରୀ ନିୟମର ପରିବର୍ତ୍ତନ କରିବେ। ଆବଶ୍ୟକୀୟ ସଂଶୋଧନ କରିବେ। ଆନ୍ୟାବଶ୍ୟକ ଆଇନକୁ ଖୋଜିକି ବାହାର କରିବା, ତର୍ଜମା କାର୍ଯ୍ୟ କରି କମିସନ ରାଜ୍ୟ ସରକାରଙ୍କୁ ଏନେଇ ସୁପାରିଶ କରିବେ।