October 18, 2024

ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କେନ୍ଦ୍ରାପଡା ଫୁଡ ଇନ୍ସପେକ୍ଟର

1 min read

କେନ୍ଦ୍ରାପଡା: ଭିଜିଲାନ୍ସ ଜାଲରେ ଫୁଡ୍ ଇନ୍ସପେକ୍ଟର । ବ୍ରେଡ୍ ଫ୍ଯାକ୍ଟ୍ରି ଲାଇସେନ୍ସ ନବୀକରଣ ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କେନ୍ଦ୍ରାପଡା ଫୁଡ

ଇନ୍ସପେକ୍ଟର ବିଭାସ ମଜୁମଦାର । ଏକ ନାଟକୀୟ ଶୈଳୀରେ କେନ୍ଦ୍ରାପଡା ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ବିଭାସଙ୍କୁ ଧରିଛି । କେନ୍ଦ୍ରାପଡା କଲେଜ ଛକ ଜନଗହଳି ରାସ୍ତାରେ ସଞ୍ଜୟ ପ୍ରଧାନ ନାମକ

ଜଣେ ବ୍ୟକ୍ତିଙ୍କ ଠାରୁ ଟଙ୍କା ନେବାବେଳେ ମାଡି ବସିଥିଲେ ଭିଜିଲାନ୍ସ ଅଧିକାରୀ । ତାଙ୍କ ଠାରୁ ରଙ୍ଗ ବୋଳା ଲାଞ୍ଚ ଟଙ୍କା ଜବତ ହୋଇଛି । ପରେ ବିଭାସଙ୍କ ଭଡ଼ାଘରେ ଭିଜିଲାନ୍ସ ଚଢାଉ ଜାରି କରିଛି । ବର୍ତ୍ତମାନ ସୁଦ୍ଧା ବିଶେଷ ତଥ୍ୟ ମିଳିପାରି ନାହିଁ ।