କାଶିଆ ମାଇନ୍ସ ପକ୍ଷରୁ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ସପ୍ତାହ ପାଳିତ
1 min readଯୋଡ଼ା: ଇଣ୍ଡିଆନ ବ୍ୟୁରୋ ଅଫ୍ ମାଇନ୍ସ ନେତୃତ୍ୱରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ୱାରର କାଶିଆ ଆଇରନ ଓ ଡୋଲାମାଇଟ୍ ମାଇନ୍ସ ପକ୍ଷରୁ ୨୬ତମ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ (ଏମଇଏମଏସ) ସପ୍ତାହ-୨୦୨୪-୨୦୨୫ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜେଏସଡବ୍ଲୁ ଷ୍ଟିଲର ଡିଜିଏମ ବୋରା ବିଦ୍ୟାସାଗର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଓଏମସିର ସିନିୟର ମ୍ୟାନେଜର (ଜିଓଲୋଜିଷ୍ଟ) ରାଧେଶ୍ୟାମ ସାହୁ ଓ ଶିବା ସିମେଣ୍ଟର ଡେପୁଟି ମ୍ୟାନେଜର(ମାଇନ୍ସ) ଚିତ୍ତରଞ୍ଜନ ମହାପାତ୍ର ଯୋଗଦେଇଥିଲେ। କାଶିଆ ମାଇନ୍ସର ୟୁନିଟ ମୁଖ୍ୟ ପ୍ରମୋଦ କୁମାର ପାତ୍ର, ଏଚଆର ଆଣ୍ଡ ଇଏସ ମୁଖ୍ୟ ଆଶିଷ ରଞ୍ଜନ ମହାନ୍ତି ଓ କାଶିଆ ମାଇନ୍ସ ମ୍ୟାନେଜର ରଞ୍ଜିତ ଚୌଧୁରୀ ପ୍ରମୁଖଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ କାଶିଆ ମାଇନ୍ସ ଓ ସିଏସଆର ପକ୍ଷରୁ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମର ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଏହାକୁ ଅତିଥିମାନେ ବହୁତ ପ୍ରଶଂସା କରିଥିଲେ। ସ୍ଲୋଗାନ ଲିଖନ ଏବଂ ପୋଷ୍ଟର ପ୍ରସ୍ତୁତି ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀମାନେ ନୃତ୍ୟ ଓ ସଂଗୀତ ପରିବେଷଣ କରିଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜନପ୍ରତିନିଧି, କର୍ମଚାରୀ, ସେମାନଙ୍କ ପରିବାର ସଦସ୍ୟ, ସହଭାଗୀ ଏବଂ କର୍ମଚାରୀ ସାମିଲ ହୋଇଥିଲେ।